ମହିଳାଙ୍କୁ ମାଗଣା ସ୍ମାର୍ଟଫୋନ୍‌ ଦେବେ ରାଜସ୍ଥାନ ସରକାର

ମହିଳାଙ୍କୁ ମାଗଣା ସ୍ମାର୍ଟଫୋନ୍‌ ଦେବେ ରାଜସ୍ଥାନ ସରକାର

ଜୟପୁର : ରାଜସ୍ଥାନ ସରକାର ୧.୩୩ କୋଟି ମହିଳାଙ୍କୁ ନିଃଶୁଳ୍କ ସ୍ମାର୍ଟଫୋନ୍ ପ୍ରଦାନ କରିବେ। ସେଥିରେ ତିନି ବର୍ଷ ପାଇଁ ଇଣ୍ଟରନେଟ୍‌ ମଧ୍ୟ ଦିଆଯିବ। ଏହା ଦ୍ବାରା ଲୋକମାନେ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ଜାଣିପାରିବେ ଓ ସେମାନଙ୍କ ପିଲାମାନେ ଅନ୍‌ଲାଇନ୍‌ରେ ପାଠପଢ଼ିପାରିବେ। ଦୁଇ ଦିନିଆ ରାଜସ୍ଥାନ ଡିଜିଫେଷ୍ଟ୍‌ ଅବସରରେ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏହା କହିଛନ୍ତି।

ସେ କହିଲେ, ରାଜ୍ୟର ଆଗାମୀ ବଜେଟ୍‌ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ପାଇଁ ସମର୍ପିତ ହେବ। ଯୁବବର୍ଗଙ୍କ ହିତ ପାଇଁ ପ୍ରସ୍ତାବ ପଠାଇବାକୁ ସେ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ପ୍ରଯୁକ୍ତି ଜ୍ଞାନକୌଶଳକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଲାଗି ସରକାର ଲକ୍ଷ୍ୟ ରଖିଥିବା ବେଳେ ତାହାକୁ ସାକାର କରିବା ଦିଗରେ କାମ କରୁଛନ୍ତି। ଶ୍ରୀ ଗେହଲଟ୍‌ କହିଛନ୍ତି ଯେ ରାଜସ୍ଥାନ ସରକାର ୧.୩୦ ଲକ୍ଷ ନିଯୁକ୍ତି ପ୍ରଦାନ କରିଛନ୍ତି। ଆଉ ଏକ ଲକ୍ଷ ନିଯୁକ୍ତି ଦେବା ଲାଗି ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ୍‌ରେ ଘୋଷଣା କରାଯାଇଛି।

ଦିଲ୍ଲୀସ୍ଥିତ ଉଦୟପୁର ହାଉସ୍‌ରେ ରାଜସ୍ଥାନର ୫୦୦ ଯୁବକଯୁବତୀଙ୍କ ଲାଗି ନେହରୁ ୟୁଥ୍‌ ଟ୍ରାଞ୍ଜିଟ୍‌ ହଷ୍ଟେଲ୍ ଓ ଫାସିଲିଟେସନ୍ ସେଣ୍ଟର ସ୍ଥାପନ କରାଯିବ। ରାଜ୍ୟରେ ବିଶ୍ବବିଦ୍ୟାଳୟ ସଂଖ୍ୟା ୬ରୁ ବୃଦ୍ଧି ହୋଇ ୮୯ ହୋଇଗଲାଣି ବୋଲି ସେ କହିଛନ୍ତି। ନିରୋଗ ରାଜସ୍ଥାନ ସୃଷ୍ଟି କରିବା ଲାଗି ସରକାର ପ୍ରତିବଦ୍ଧ ରହିଛନ୍ତି। ଚିରଞ୍ଜୀବୀ ସ୍ବାସ୍ଥ୍ୟ ବୀମା ଯୋଜନାରେ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଃଶୁଳ୍କ ପ୍ରଦାନ କରାଯାଉଛି। ଆଇପିଡି ଓ ଓପିଡି ଯାଞ୍ଚ ସୁବିଧା ମଧ୍ୟ ବିନା ମୂଲ୍ୟରେ ପ୍ରଦାନ କରାଯାଉଛି। ପ୍ରତିରୋପଣ ଖର୍ଚ୍ଚ ମଧ୍ୟ ସରକାର ବହନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଦୁର୍ଘଟଣା ବୀମା ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି। ଏହି ଅବସରରେ ରାଜସ୍ଥାନର ବିଭିନ୍ନ ମାନ୍ୟଗଣ୍ୟ ଅତିଥି ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe