ଋଣକୁ ନେଇ ସତର୍କ କଲେ ରାଜନ: ବିଶ୍ବରେ ଋଣ ୧୦୦ ଲକ୍ଷ କୋଟି ଡଲାର

Advertisment

ସାରା ବିଶ୍ବରେ, ବିଶେଷ କରି ବଡ଼ ଓ ଧନୀ ଦେଶଗୁଡ଼ିକରେ ଋଣ ଯେଉଁଭଳି ଉଚ୍ଚ ସ୍ତରରେ ରହିଛି ତାହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଚିନ୍ତା ପ୍ରକଟ କରିଛନ୍ତି।

ସାରା ବିଶ୍ବରେ, ବିଶେଷ କରି ବଡ଼ ଓ ଧନୀ ଦେଶଗୁଡ଼ିକରେ ଋଣ ଯେଉଁଭଳି ଉଚ୍ଚ ସ୍ତରରେ ରହିଛି ତାହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଚିନ୍ତା ପ୍ରକଟ କରିଛନ୍ତି।

ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ ବିଶ୍ୱ ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ : ରାଜନ

ନୂଆଦିଲ୍ଲୀ: ସାରା ବିଶ୍ବରେ, ବିଶେଷ କରି ବଡ଼ ଓ ଧନୀ ଦେଶଗୁଡ଼ିକରେ ଋଣ ଯେଉଁଭଳି ଉଚ୍ଚ ସ୍ତରରେ ରହିଛି ତାହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଚିନ୍ତା ପ୍ରକଟ କରିଛନ୍ତି। ଋଣ କମ୍ କରିବା ଲାଗି ସେ ଆହ୍ବାନ ଦେଇଛନ୍ତି। ଏବେଠାରୁ ତାହାର ମୁକାବିଲା କରା ନ ଗଲେ ଆଗକୁ ଯଦି କିଛି ବଡ଼ ମହାମାରୀ ଆସିବ ତେବେ ତାହା ଜଟିଳ ସମସ୍ୟା ସୃଷ୍ଟି କରିବ ବୋଲି ରାଜନ ସତର୍କ କରାଇଛନ୍ତି।

ବିଶ୍ବରେ ଋଣ ୧୦୦ ଲକ୍ଷ କୋଟି ଡଲାର
ଜିଡିପିର ୯୩%ରୁ ଅଧିକ

ରାଜନ କହିଛନ୍ତି ଯେ ଯେଉଁ ସବୁ ଦେଶ ନିଜର ଋଣ ବଢ଼ାଉଛନ୍ତି, ସେମାନେ ନିଜ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି। ଯେତେବେଳେ ଆଗକୁ ବଡ଼ ସଙ୍କଟ ଆସିବ ସେମାନେ ହିଁ ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ସେ କହିଛନ୍ତି ଯେ ୨୦୦୮ରେ ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ଓ କରୋନା ମହାମାରୀକୁ ବିଶ୍ବ ସାମ୍ନା କରିସାରିଛି। ଆଗକୁ ଅଧିକ ମହାମାରୀ ଦେଖାଦେବାର ଆଶଙ୍କା ରହିଛି। ସେଭଳି ସମୟରେ ଋଣରେ କୌଣସି ପ୍ରକାର ବୃଦ୍ଧି ଗ୍ରହଣୀୟ ନୁହେଁ। ବିଶେଷ କରି ସେ ଆମେରିକାକୁ ସତର୍କ କରି କହିଛନ୍ତି ଯେ ଏହି ଦେଶର ଋଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। 

ବିଶ୍ବର ବିଭିନ୍ନ ଦେଶ ଉପରେ ଥିବା ଋଣ ୧୦୦ ଲକ୍ଷ କୋଟି ଡଲାରରୁ ଅଧିକ ହୋଇଗଲାଣି ଯାହା ବିଶ୍ବର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୯୩ ପ୍ରତିଶତ। ଏଥିରେ ଆମେରିକା ଓ ଚୀନ୍‌ର ଭାଗ ଅଧିକ ରହିଛି। ଏତେ ଅଧିକ ଋଣର ମୁକାବିଲା କରିବା ଲାଗି ବିଶ୍ବ ପ୍ରସ୍ତୁତ ନାହିଁ। ଏହା ଆମକୁ ଦୁର୍ବଳ କରିବ। ତେବେ ଏବେ ଦରଦାମ୍‌ ସ୍ଥିତି କମ୍ ହେଉଥିବା ବେଳେ ସୁଧ ହାର ମଧ୍ୟ ହ୍ରାସ ପାଇବା ଆରମ୍ଭ କଲାଣି। ନିଜର ଆର୍ଥିକ ସ୍ଥିତିକୁ ସୁଧାରିବା ଲାଗି ଦେଶଗୁଡ଼ିକ ପାଇଁ ଏହା ଉପଯୁକ୍ତ ସମୟ ବୋଲି ରାଜନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe