ରାମ୍‌କୋ ସିମେଣ୍ଟକୁ କର୍ପୋରେଟ୍ ଗଭର୍ଣ୍ଣାନ୍ସ ଆୱାର୍ଡ

Advertisment
ରାମ୍‌କୋ ସିମେଣ୍ଟକୁ କର୍ପୋରେଟ୍ ଗଭର୍ଣ୍ଣାନ୍ସ ଆୱାର୍ଡ

ଭୁବନେଶ୍ବର,: ରାମ୍‌କୋ ସିମେଣ୍ଟସ ଲିମିଟେଡକୁ ଉତ୍କୃଷ୍ଟ କର୍ପୋରେଟ୍ ଗଭର୍ଣ୍ଣାନ୍ସ ପୁରସ୍କାର ମିଳିଛି। ଏଥିସହିତ କମ୍ପାନିର ଆରିୟାଲୁରୁ ୟୁନିଟକୁ ଭାରତୀୟ ସବୁଜ ନିର୍ମାଣ ଚ୍ୟାଲେଞ୍ଜ କ୍ଷେତ୍ରରେ ସ୍ବର୍ଣ୍ଣ ପଦକ ମଧ୍ୟ ମିଳିଛି। ଉତ୍ପାଦନ ପାଇଁ ଅନ୍ତର୍ଜାତୀୟ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏହି ପୁରସ୍କାର କମ୍ପାନିକୁ ମିଳିଛି। ରା‌ମକୋ ସିମେଣ୍ଟସ ଆରିୟାଲୁର ୟୁନିଟଟି ଦକ୍ଷିଣ ଭାରତର ଏକମାତ୍ର ୟୁନିଟ ଭାବେ ସ୍ବର୍ଣ୍ଣ ପଦପ ହାସଲ କରିଛି। ଏତଦବ୍ୟତୀତ କମ୍ପାନିର ଆରଆର ନଗର, ଜୟନ୍ତିପୁରମ୍ ଏବଂ ଆଲାଥିୟୁର ୟୁନିଟକୁ ରୌପ୍ୟ ପଦକ ମିଳିଛି। ଚେନ୍ନାଇଠାରେ ଗତ ୨୨ ତାରିଖରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁରୁଗାପା ଗ୍ରୁପର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏ ଭେଲାୟାନ ଏବଂ ବୈଜ୍ଞାନିକ ତଥା ଇସ୍ରୋର ପୂର୍ବତନ ନିର୍ଦେଶକ ଏମ. ଆନ୍ନାଦୁରାଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe