ଭୁବନେଶ୍ବର: ରାମ୍କୋ ଗ୍ରୁପ୍ର ପ୍ରମୁଖ କଂପାନି ରାମ୍କୋ ସିମେଣ୍ଟ୍ ପକ୍ଷରୁ ଓଡ଼ିଶା ବଜାରରେ ଏହାର ନୂଆ ପ୍ରିମିୟମ୍ ବ୍ରାଣ୍ଡ୍ ‘ରାମ୍କୋ ସୁପର ଷ୍ଟିଲ୍’କୁ ଉନ୍ମୋଚନ କରାଯାଇଛି। ହୋଟେଲ୍ ସ୍ବସ୍ତି ପ୍ରିମିୟମ୍ ଠାରେ କଂପାନି ପକ୍ଷରୁ ଆୟୋଜନ କରାଯାଇଥିବା ଓଡ଼ିଶା ରିଟେଲର ମିଟ୍ ଅବସରରେ ଏହି ନୂଆ ଉତ୍ପାଦକୁ ଉନ୍ମୋଚନ କରାଯାଇଛି। କଂପାନିର ବରିଷ୍ଠ ମହାପ୍ରବନ୍ଧକ (ମାର୍କେଟିଂ) ଦେବ ପ୍ରତିମ ବୋଷ, ଡିଜିଏମ (ମାର୍କେଟିଂ) ପ୍ରତିକ କୁମାର ରାୟ, ଏଜିଏମ୍ ରଞ୍ଜନ କୁମାର ସାହୁ ଓ ମ୍ୟାନେଜର ଆକାଉଣ୍ଟସ୍ ସୁରେଶ କୁମାର ପଣ୍ଡାଙ୍କ ଉପସ୍ଥିତିରେ ନୂଆ ଉତ୍ପାଦକୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ ରାଜ୍ୟର ୧୨୦୦ରୁ ଅଧିକ ରିଟେଲର୍ ଉପସ୍ଥିତ ଥିଲେ। ରାମ୍କୋ ସିମେଣ୍ଟ୍ ପକ୍ଷରୁ ଓଡ଼ିଶାରେ ଏକ କାରଖାନା ସ୍ଥାପନ କରାଯାଉଛି ଯାହା ଆସନ୍ତା ୨-୩ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ୨୦୧୮-୧୯ରେ କଂପାନି ରାଜ୍ୟରେ ବ୍ୟବସାୟ କ୍ଷେତ୍ରରେ ୨୦% ବୃଦ୍ଧି ହାସଲ କରିଥିଲା। ନୂଆ କାରଖାନାରୁ ଉତ୍ପାଦନ ଆରମ୍ଭ ହେବା ପରେ ଏହି ଅଭିବୃଦ୍ଧି ହାର ଆଗକୁ ବଢ଼ିବ ବୋଲି କଂପାନି ଆଶା ରଖିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us