ପତଞ୍ଜଳି ଦେଶର ସବୁଠୁ ବଡ଼ ଏଫଏମସିଜି କମ୍ପାନି ହେବ: ଯୋଗଗୁରୁ ବାବା ରାମଦେବ

ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପ୍ରେସ୍ ଜର୍ଣ୍ଣାଲ୍‌ରେ ପତଞ୍ଜଳିର ଗବେଷଣା

image source-aajtak

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ କହିଛନ୍ତି ଯେ, ଏବେ ପତଞ୍ଜଳି ଗ୍ରୁପ୍ ଦେଶର ସବୁଠାରୁ ବଡ଼ ଏଫ ଏମ ସିଜି କମ୍ପାନି ହେବାର ଲକ୍ଷ୍ୟ ରଖିଛି। ପତ୍ରଞ୍ଜଳି ଗ୍ରୁପ୍ ହିନ୍ଦୁସ୍ଥାନ ୟୁନିଲିଭର ସ୍ଥାନରେ ଦେଶର ସବୁଠୁ ବଡ଼ ଏଫ ଏମ ସିଜି କମ୍ପାନି ହେବ ବୋଲି ସେ ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୋଟ କାରବାର ୨୫ ହଜାର କୋଟି ଟପିବାର ଆଶା ରହିଛି। ଋଣ ଭାରରେ ବୁଡ଼ି ରହିଥିବା ରୁଚି ସୋୟା କଂପାନିକୁ ଅଧିଗ୍ରହଣ କରିବା ପରେ ହରିଦ୍ୱାରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି କଥା କହିଛନ୍ତି ବାବା ରାମଦେବ।

Image result for ramdev baba patanjali image source-patrika

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ପତଞ୍ଜଳି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୨ ହଜାର କୋଟି ଟଙ୍କାର କାରବାର କରିବ ଏବଂ ରୁଚି ସୋୟାରୁ ୧୩ ହଜାର କୋଟି ଟଙ୍କା ଆୟ ହେବ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହି ବ୍ୟବସାୟ ୫୦ ହଜାରରୁ ୧ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ସେ ଆଶା ରଖିଥିବା କହିଛନ୍ତି ରାମଦେବ।
ଆଗାମୀ ଯୋଜନା ସଂପର୍କରେ ସୂଚନା ଦେଇ ରାମଦେବ କହିଛନ୍ତି ଯେ, ସ୍ବାସ୍ଥ୍ୟ ସଚେତନ ଲୋକଙ୍କ ପାଇଁ ତିନିଟି ନୂଆ ଉତ୍ପାଦନ ଆଣିବ କଂପାନି। ଏହା  କୋଲେଷ୍ଟ୍ରଲ , ଉଚ୍ଚ ରକ୍ତଚାପ ଓ ହୃଦ୍ ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ବିଶେଷ ଲାଭଦାୟକ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe