The Sen Times
ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଏମ୍ ରାଜେଶ୍ବର ରାଓଙ୍କୁ ନୂଆ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଛି। ନିଯୁକ୍ତ ସମ୍ପର୍କିତ କ୍ୟାବିନେଟ୍ କମିଟି ତାଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛି। ୨୦୧୬ ନଭେମ୍ବରରେ ଶ୍ରୀ ରାଓଙ୍କୁ ରିଜର୍ଭ ବ୍ୟାଙ୍କର ଇଡି ଭାବେ ନିଯୁକ୍ତି ମିଳିଥିଲା। ତା’ ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କର ଫାଇନାନ୍ସିଆଲ୍ ମାର୍କେଟ ଅପରେସନ ବିଭାଗର ସିଜିଏମ୍ ଭାବେ କାର୍ଯ୍ୟ କରୁଥିଲେ। ୧୯୮୪ରେ ସେ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ।
Follow Us