ଚନ୍ଦ୍ରଶେଖରନଙ୍କ ବିଷୟରେ ଆଲୋଚନା ହୋଇନି: ରତନ ଟାଟା

ରତନ ଟାଟାଙ୍କୁ ଏୟାର ଇଣ୍ଡିଆ ପାଇଲଟ୍‌ଙ୍କ ଚିଠି: ଆମକୁ ସମ୍ମାନ ମିଳୁନି

The Hindu BusinessLine

ମୁମ୍ବାଇ: ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଏନ୍ ଚନ୍ଦ୍ରଶେଖରନଙ୍କୁ ଦ୍ବିତୀୟ ସୁଯୋଗ ମିଳିବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଏ ସମ୍ପର୍କରେ ଆଜି ଟାଟା ଟ୍ରଷ୍ଟସ୍‌ର ମୁଖ୍ୟ ରତନ ଟାଟା ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଚନ୍ଦ୍ରଶେଖରଙ୍କ ଦ୍ବିତୀୟ ପାଳି ବିଷୟରେ ମୋ ସହ କେହି ଆଲୋଚନା କରିନାହାନ୍ତି। ଏନେଇ ମୋତେ କେହି ଯୋଗାଯୋଗ କରିନାହାନ୍ତି। ସେ ଅଂଶଧନକାରୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଟାଟା ସନ୍ସ ଅଧ୍ୟକ୍ଷ ପଦର ଉତ୍ତରାଧିକାରୀ ବିଷୟରେ ବୋର୍ଡ ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଟାଟା ସନ୍ସର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ ବିଷୟରେ ଶ୍ରୀ ଚନ୍ଦ୍ରଶେଖରନ କହିଛନ୍ତି ଯେ ଟାଟା ସନ୍ସର ମନୋନୟନ ଓ ବେତନ କମିଟି ଓ ବୋର୍ଡ ଏବିଷୟରେ ନିଷ୍ପତ୍ତି ନେବେ। ସେଥିରେ ମୋତେ ସାମିଲ କରାଯିବ ନାହିଁ। ଠିକ୍ ସମୟରେ କମିଟି ଏହି ନିଷ୍ପତ୍ତି ନେବ।

ଏନେଇ ରତନ ଟାଟା, ଟାଟା ଟ୍ରଷ୍ଟସ୍‌ ଓ ଟାଟା ସନ୍ସ ବୋର୍ଡ ସହ କୌଣସି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି। ଏହି ଆଲୋଚନା ପ୍ରଥମେ ବୋର୍ଡରେ ହେବ ବୋଲି ସେ କହିଛନ୍ତି। ଟାଟା ସନ୍ସ ଅଧ୍ୟକ୍ଷ ଭାବେ ଚନ୍ଦ୍ରଶେଖରଙ୍କ ପ୍ରଥମ ପାଞ୍ଚ ବର୍ଷିଆ କାର୍ଯ୍ୟକାଳ ୨୦୨୨ ଫେବ୍ରୁଆରିରେ ଶେଷ ହେବ। ଏହା ପୂର୍ବରୁ ତାଙ୍କ ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏକ ଅତ୍ୟନ୍ତ ଗମ୍ଭୀର ସମୟରେ ସେ ଟାଟା ସନ୍ସ ମୁଖ୍ୟ ଭାବେ ଅବସ୍ଥାପିତ ହୋଇଥିଲେ। ଏକ ବିବାଦୀୟ ପରିସ୍ଥିତିରେ ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ବିଦା କରାଯିବାର କିଛି ଦିନ ପରେ ଚନ୍ଦ୍ରଶେଖରନଙ୍କୁ ମଙ୍ଗ ସମ୍ଭାଳିବାର ଦାୟିତ୍ବ ଦିଆଯାଇଥିଲା। ସେହି ସମୟରେ ସେ ଟିସିଏସ୍‌ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ନୂତନ ଦାୟିତ୍ବକୁ ସେ ବହୁତ ଭଲ ଭାବେ ନିର୍ବାହ କରିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe