କାର୍ଯ୍ୟାଳୟରେ ପ୍ରଥମେ କୁକୁରକୁ ଭେଟନ୍ତି ଟାଟା

Advertisment
କାର୍ଯ୍ୟାଳୟରେ ପ୍ରଥମେ କୁକୁରକୁ ଭେଟନ୍ତି ଟାଟା

News18.com

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ରତନ ଟାଟା କୁକୁରଙ୍କ ପ୍ରତି ଭଲ ପାଇବା ବିଷୟ ଅନେକ ଜାଣନ୍ତି। କମ୍ପାନିର ମୁଖ୍ୟାଳୟ ବମ୍ବେ ହାଉସ୍‌ରେ ସେ ସ୍ଥାନୀୟ ଅଞ୍ଚଳର ବୁଲା କୁକୁରଙ୍କ ରହିବା ପାଇଁ ଏକ ଘର ମଧ୍ୟ ୨୦୧୮ ମସିହାରେ ତିଆରି କରିଥିଲେ। ତେବେ ଅନ୍ୟ ଯେଉଁ ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ତାହା ହେଲା ବମ୍ବେ ହାଉସରେ ଗୋଆ ନାମରେ ଏକ କଳାଧଳା କୁକୁର ରହିଛି। ଟାଟା ପ୍ରତିଦିନ କାର୍ଯ୍ୟାଳୟକୁ ଆସିଲେ ପ୍ରଥମେ ସେହି କୁକୁରକୁ ଭେଟନ୍ତି। କୁକୁରଟି ତାଙ୍କ ସହିତ ତଳ ମହଲାରୁ ଉପର ମହଲାକୁ ତାଙ୍କ ସହିତ ଲିଫ୍ଟରେ ଯାଇଥାଏ। କୁକୁରଟି ଛୋଟ ଥିବାବେଳେ ଗୋଆରୁ ଆସିଥିବାରୁ ତାହାର ନାମ ଗୋଆ ରଖାଯାଇଛି। ରତନ ଟାଟା ଏହି କୁକୁର ସହ ଏକ ଫଟୋକୁ ନିଜେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe