ରତନ ଟାଟାଙ୍କ ଚିତାଭସ୍ମ ଆରବ ସାଗରରେ ବିସର୍ଜନ ହେବ

କିଂବଦନ୍ତି ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ପୂର୍ବତନ ମୁଖ୍ୟ ରତନ ଟାଟାଙ୍କ ଚିତାଭସ୍ମ ଆରବ ସାଗରରେ ବିସର୍ଜନ ହେବ। ବଞ୍ଚିଥିବା ସମୟରେ ସେ ପ୍ରକାଶ କରିଥିବା ଇଚ୍ଛା ଅନୁସାରେ ଏହା କରାଯିବ ବୋଲି ଏକ ସୂତ୍ରରୁ ଜଣାଯାଇଛି।

Ratan Tata

ମୁମ୍ବାଇ: କିଂବଦନ୍ତି ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ପୂର୍ବତନ ମୁଖ୍ୟ ରତନ ଟାଟାଙ୍କ ଚିତାଭସ୍ମ ଆରବ ସାଗରରେ ବିସର୍ଜନ ହେବ। ବଞ୍ଚିଥିବା ସମୟରେ ସେ ପ୍ରକାଶ କରିଥିବା ଇଚ୍ଛା ଅନୁସାରେ ଏହା କରାଯିବ ବୋଲି ଏକ ସୂତ୍ରରୁ ଜଣାଯାଇଛି। ରତନ ଟାଟାଙ୍କ ନିକଟ ସଂପର୍କୀୟ ଏବଂ ବନ୍ଧୁମାନେ ଗେଟ୍‌ୱେ ଅଫ୍ ଇଣ୍ଡିଆରୁ ଏକ ଜାହାଜରେ ଉକ୍ତ ଚିତାଭସ୍ମ ନେଇ ସମୁଦ୍ର ମଧ୍ୟକୁ ଯାତ୍ରା କରିବେ। ଆରବ ସାଗରର ଶାନ୍ତ ଏବଂ ନିର୍ମଳ ଜଳ ହିଁ ରତନ ଟାଟାଙ୍କ ଶେଷ ରହଣି ସ୍ଥଳ ହେବ। ବିଶିଷ୍ଟ ଶିଳ୍ପପତି ରତନ ଟାଟା ମୁମ୍ବାଇକୁ ଅତ୍ୟନ୍ତ ଭଲ ପାଉଥିଲେ। ମୁମ୍ବାଇ ସହିତ ତାଙ୍କର ଗଭୀର ସଂପର୍କ ଥିଲା। ଏଠାରେ ସେ ତାଙ୍କ ଜୀବନର ଅଧିକାଂଶ ସମୟ ଅତିବାହିତ କରିବା ସହିତ ଟାଟା ଗ୍ରୁପ୍‌ର ବ୍ୟବସାୟ ସାମ୍ରାଜ୍ୟକୁ ବଢ଼ାଇଥିଲେ। ତେଣୁ ମୁମ୍ବାଇ ନିକଟରେ ଆରବ ସାଗରରେ ତାଙ୍କର ଚିତାଭସ୍ମ ବିସର୍ଜନ ରତନ ଟାଟାଙ୍କ ଇଚ୍ଛା ଓ ଆଗ୍ରହ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ବୋଲି କୁହାଯାଇପାରିବ। ରତନ ଟାଟାଙ୍କ ନେତୃତ୍ବରେ ଟାଟା ଗ୍ରୁପ୍ ବିଶ୍ବର ଏକ ବଡ଼ ବ୍ୟାବସାୟିକ ସାମ୍ରାଜ୍ୟରେ ପରିଣତ ହୋଇଛି। ଲୁଣ ଠାରୁ ଆରମ୍ଭ କରି ଇସ୍ପାତ, ସଫ୍ଟୱେର, ଅଟୋମୋବାଇଲ ଏବଂ ଆତିଥେୟତା ଆଦି କ୍ଷେତ୍ରକୁ ଟାଟା ଗ୍ରୁପ୍‌ର ବ୍ୟବସାୟ ପରିବ୍ୟାପ୍ତ ହୋଇଛି।  

୮୬ ବର୍ଷୀୟ ରତନ ଟାଟା ଅସୁସ୍ଥ ହେବା ପରେ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ୯ ତାରିଖ ରାତିରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ୧୦ ତାରିଖରେ ବିଶିଷ୍ଟ ରାଜନେତା, ଉଦ୍ୟୋଗୀ, ବଲିଉଡ୍‌ ଅଭିନେତାଙ୍କ ସମେତ ବହୁ ଖ୍ୟାତନାମା ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ୱର୍ଲିସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସଂପନ୍ନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe