ଏୟାର ଇଣ୍ଡିଆ ଉପରେ ରତନ ଟାଟାଙ୍କ ନଜର

Advertisment
ପୁଣି ଟାଟା ହାତକୁ ଫେରିବ କି ଏୟାର ଇଣ୍ଡିଆ? ଟେଣ୍ଡର ଶେଷ ତାରିଖରେ ବିଡ ଦାଖଲ କଲା ଟାଟା ସନ୍ସ

Jansatta

ନୂଆଦିଲ୍ଲୀ : ଏୟାର ଇଣ୍ଡିଆକୁ କିଣିବା ପାଇଁ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଟାଟା ଗ୍ରୁପ୍‌ ଆଗ୍ରହୀ ଅଛି। ଏଥିପାଇଁ ଟାଟା ଗ୍ରୁପ୍‌ ଏହାର ଅନ୍ୟତମ ସହଯୋଗୀ ସିଙ୍ଗାପୁର ଏୟାରଲାଇନ୍ସ ସହିତ ଆଲୋଚନା ଚଳାଇଛି। ଅଣ ପ୍ରତିଯୋଗିତା କ୍ଲଜ୍‌ରୁ ଟାଟା ଗ୍ରୁପ୍‌କୁ ଛାଡ଼ ଦେଲେ କମ୍ପାନି ଏୟାର ଇଣ୍ଡିଆ ପାଇଁ ଚାଲିଥିବା କ୍ରୟ ଦୌଡ଼ରେ ସାମିଲ ହୋଇପାରିବ। ଟାଟା ଗ୍ରୁପ ଏବଂ ସିଙ୍ଗାପୁର ଏୟାରଲାଇନ୍ସ ମିଳିତଭାବେ ଭାରତରେ ଭିସ୍ତାରା ନାମରେ ଗ୍ରାହକଙ୍କୁ ବିମାନ ସେବା ଯୋଗାଇ ଦେଉଛନ୍ତି। ଏପରିକି ଦୁଇ କଂପାନି ମିଳିତଭାବେ ଏୟାର ଇଣ୍ଡିଆକୁ କିଣିବା ପାଇଁ ଭିସ୍ତାରା ମାଧ୍ୟମରେ ଆବେଦନ କରିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe