ରତନ ଟାଟାଙ୍କ ୧୦ ହଜାର କୋଟିର ଇଚ୍ଛାପତ୍ର

ବଦାନ୍ୟ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତ ପରେ ତାଙ୍କ ୧୦ ହଜାର କୋଟି ଟଙ୍କାର ଇଚ୍ଛାପତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ ସମ୍ପତ୍ତି କେଉଁମାନଙ୍କୁ ମିଳିବ ସେଥିରେ ସେ ଉଲ୍ଲେଖ କରିଛନ୍ତି।

Ratan Tata

ମୁମ୍ବାଇ: ବଦାନ୍ୟ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତ ପରେ ତାଙ୍କ ୧୦ ହଜାର କୋଟି ଟଙ୍କାର ଇଚ୍ଛାପତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ ସମ୍ପତ୍ତି କେଉଁମାନଙ୍କୁ ମିଳିବ ସେଥିରେ ସେ ଉଲ୍ଲେଖ କରିଛନ୍ତି। ତାଙ୍କ ପୋଷା କୁକୁର ଟିଟୋକୁ ଯେଭଳି ଅସୀମିତ ଯତ୍ନ ମିଳିପାରିବ ସେଥିପାଇଁ ସେ ଇଚ୍ଛାପତ୍ରରେ ବ୍ୟବସ୍ଥା କରିଛନ୍ତି। ଛଅ ବର୍ଷ ପୂର୍ବେ ସେ ଏହି ଜର୍ମାନ ସେଫର୍ଡ ବ୍ରିଡ୍‌ର କୁକୁରକୁ ଘରକୁ ଆଣିଥିଲେ। ତାଙ୍କ ରୋଷେୟା ରାଜନ ସ’ କୁକୁରଟିର ଯତ୍ନ ନେଉଛନ୍ତି। ଏହି ଇଚ୍ଛାପତ୍ରରେ ଟାଟାଙ୍କ ଘନିଷ୍ଠ କୁହାଯାଉଥିବା ଯୁବକ ଶାନ୍ତନୁ ନାଇଡ଼ୁଙ୍କ ନାମ ରହିଛି। ତାଙ୍କ ଷ୍ଟାର୍ଟଅପ୍ ପାଇଁ ଦିଆଯାଇଥିବା ଋଣ ଛାଡ଼ କରିବାକୁ ରତନ ଟାଟା ଇଚ୍ଛାପତ୍ରରେ ଲେଖିଛନ୍ତି। ରତନ ଟାଟାଙ୍କ ପ୍ରାୟ ୧୦ ହଜାର କୋଟି ଟଙ୍କା ସମ୍ପତ୍ତିର ରକ୍ଷଣାବେକ୍ଷଣ ରତନ ଟାଟା ଏଣ୍ଡାଓମେଣ୍ଟ ଫାଉଣ୍ଡେସନ କରିବ। ସେ ନିଜ ସମ୍ପତ୍ତିର କିଛି ଅଂଶ ଭାଇ ଜିମି ଟାଟା, ସାବତ ଭଉଣୀ ଶିରିନ ଓ ଡିଆନା ଜିଜିଭୋୟ, ଘରୋଇ ସହାୟକ ଓ ଅନ୍ୟମାନଙ୍କ ନାମରେ କରିଛନ୍ତି। 

ଟାଟାଙ୍କ ନାମରେ ବଲିବାଗରେ ୨୦୦୦ ବର୍ଗଫୁଟର ଏକ ବଙ୍ଗଳା, ଜୁହୁରେ ଦୁଇ ମହଲା କୋଠା, ୩୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଫିକ୍ସଡ୍ ଡିପୋଜିଟ୍ ଓ ଟାଟା ସନ୍ସରେ ୦.୮୩ ପ୍ରତିଶତ ଅଂଶଧନ ରହିଛି। ୨୦୨୨ ସେପ୍ଟେମ୍ବର ୩ରେ ସେ ନିଜ ନାଁରେ ଫାଉଣ୍ଡେସନ ସ୍ଥାପନ କରିଥିଲେ। ତାହା ଅଣଲାଭଜନକ ସଂସ୍ଥା ଭାବେ ପରିଚାଳିତ ହେବ। ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରେଶେଖରନ୍ ତାହାର ନେତୃତ୍ବ ନେବେ। ବିଭିନ୍ନ ଷ୍ଟାର୍ଟଅପ୍‌ରେ ଟାଟା ଯେଉଁ ନିବେଶ କରିଥିଲେ ତାହାକୁ ବିକ୍ରି କରାଯିବ। ସେଥିରୁ ଯେଉଁ ପାଣ୍ଠି ମିଳିବ ତାହା ଫା‌ଉଣ୍ଡେସନକୁ ଦିଆଯିବ। ରତନ ଟାଟାଙ୍କ ୨୦-୩୦ ବିଳାସପୂର୍ଣ୍ଣ କାର୍ ରହିଛି। ଟାଟା ଗ୍ରୁପ୍‌ ସେଗୁଡ଼ିକୁ ଅଧିଗ୍ରହଣ କରି ପୁନେର ଏକ ସଂଗ୍ରହାଳୟରେ ପ୍ରଦର୍ଶିତ କରିବ ଅନ୍ୟଥା ସେଗୁଡ଼ିକୁ ନିଲାମ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe