ସାରା ଦେଶରେ ରାସନ କାର୍ଡ ପୋର୍ଟେବିଲିଟି କାର୍ଯ୍ୟକ୍ଷମ

Advertisment
ଦାଦନ ଯିବାକୁ ବନ୍ଧାପଡ଼ିଛି ରାସନ କାର୍ଡ, ମିଳୁନି ମନ୍‌ରେଗା କାମ

Onmanorama - Malayala Manorama

ନୂଆଦିଲ୍ଲୀ: ‌ଶେଷ ରାଜ୍ୟ ଭାବେ ଆସାମ ପକ୍ଷରୁ ରାସନ କାର୍ଡ ପୋର୍ଟେବିଲିଟିକୁ ଗ୍ରହଣ କରାଯିବା ପରେ ସର୍ବଭାରତୀୟ ସ୍ତରରେ କେନ୍ଦ୍ର ସରକାରଙ୍କ ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି। ଜାତୀୟ ଖାଦ୍ୟ ସୁରକ୍ଷା ନିୟମ, ୨୦୧୩ ଅଧୀନରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡର ହିତାଧିକାରୀମାନଙ୍କୁ ରିହାତି ଦରରେ ନିର୍ଦିଷ୍ଟ ପରିମାଣର ଖାଦ୍ୟଶସ୍ୟ ଦିଆଯାଉଛି। ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ କାର୍ଯ୍ୟକ୍ରମକୁ ୨୦୧୯ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଗୋଟିଏ ପରେ ଗୋଟିଏ ରାଜ୍ୟ ଏଥିରେ ସାମିଲ ହୋଇଥିଲେ। ରାସନ କାର୍ଡ ପୋର୍ଟେବିଲିଟିର ଲାଭ ହେଉଛି ହିତାଧିକାରୀ ଦେଶର ଯେକୌଣସି ସ୍ଥାନରେ ରହି ନିଜ ଭାଗର ଖାଦ୍ୟଶସ୍ୟ ପାଇପାରିବେ। ୨୦୧୯ ପରଠାରୁ ୭୧ କୋଟି ପୋର୍ଟେବଲ କାରବାର ହୋଇଛି ଯାହା ଜରିଆରେ ୪୦,୦୦୦ କୋଟି ଟଙ୍କାର ସବ୍‌ସିଡି ହସ୍ତାନ୍ତର କରାଯାଇଛି। ହାରାହାରି ଭାବେ ମାସକୁ ୩ କୋଟି ପୋର୍ଟେବଲ କାରବାର ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe