ଆଇଆରସିଟିସିର ଖାଦ୍ୟ ଷ୍ଟଲ ଉପରେ ମୂଷା ବୁଲୁଥିବାର ଭିଡିଓ ଭାଇରାଲ; ରେଲ ଅଧିକାରୀ ଦେଲେ ଏଭଳି ପ୍ରତିକ୍ରିୟା

ଆଇଆରସିଟିସିର ଖାଦ୍ୟ ଷ୍ଟଲ ଉପରେ ମୂଷା ବୁଲୁଥିବାର ଭିଡିଓ ଭାଇରାଲ; ରେଲ ଅଧିକାରୀ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: କିଛିଦିନ ହେବ ସୋସିଆଲ ମିଡିଆରେ ମଧ୍ୟପ୍ରଦେଶର ଇଟାରସି ଜଙ୍କସନ ରେଲୱେ ଷ୍ଟେସନରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକେ ଚକିତ ହୋଇଯାଇଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ‌ରେଳ ଯାତ୍ରୀଙ୍କୁ ପରସା ଯାଉଥିବା ଖାଦ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ୍ସ (ଟୁଇଟର)ରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି କି,ଆଇଆରସିଟିସିର ଏକ ଷ୍ଟଲରେ ଥିବା ଖାଦ୍ୟ ଉପ‌ରେ ମୂଷା ବୁଲୁଛନ୍ତି। ଏମିତି କି ଉକ୍ତ ଖାଦ୍ୟରେ ମୂଷା ମୁହଁ ବି ମାରୁଥିବା ନଜରକୁ ଆସିଛି।’

ଏହି ଭିଡିଓ ଦେଖିବା ପରେ ଅଫିସିଆଲ ରେଳସେବା ହ୍ୟାଣ୍ଡେଲ ପତିକ୍ରିୟା ଦେଇ ତୁରନ୍ତ ଏହି ଘଟଣ‌ାର କାର୍ଯ୍ୟାନୁଷ୍ଠାନ ପାଇଁ ଆଶ୍ବସନ ଦେଇଛି। ଏଥିସହିତ ଏହି ଭିଡିଓକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ରେଳ ମନ୍ତ୍ରାଳୟର ଅଧିକାରୀଙ୍କୁ ଟ୍ୟାଗ କରାଯାଇଛି।

ରେଲୱେ ଅଧିକାରୀ ପ୍ରତିକ୍ରିୟା ‌ଦେଇ କହିଛନ୍ତି, ‘ଦୟାକରି ଆପଣଙ୍କ ଫୋନ ନମ୍ବର ସେୟାର କରନ୍ତୁ। ଆପଣଙ୍କ ଯାହାକି ଅସୁବିଧା ଅଛି http://railmadad. Indianrailways.gov.in ଲିଙ୍କ‌ରେ ଅଭିଯୋଗ କରି ପାରିବେ। ତୁରନ୍ତ ସମାଧାନ ପାଇଁ  ୧୩୯ଡାଏଲ କରନ୍ତୁ। ଏହି ଘଟଣାର ଯାଞ୍ଚ ଆଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe