‘ୟୁପିଆଇ’ ସହିତ କ୍ରେଡିଟ୍‌ କାର୍ଡ ଲିଙ୍କ୍‌ ପାଇଁ ପ୍ରସ୍ତାବ ଦେଲା ରିଜର୍ଭ ବ୍ୟାଙ୍କ୍‌; ‘ରୁ ପେ’ କାର୍ଡରୁ ଆରମ୍ଭ ହେବ ଲିଙ୍କ୍‌ ସୁବିଧା

Advertisment
‘ୟୁପିଆଇ’ ସହିତ କ୍ରେଡିଟ୍‌ କାର୍ଡ ଲିଙ୍କ୍‌ ପାଇଁ ପ୍ରସ୍ତାବ ଦେଲା ରିଜର୍ଭ ବ୍ୟାଙ୍କ୍‌; ‘ରୁ ପେ’ କାର୍ଡରୁ ଆରମ୍ଭ ହେବ ଲିଙ୍କ୍‌ ସୁବିଧା

Image Courtesy of NDTV

ମୁମ୍ବାଇ: ‘ୟୁନିଫାଏଡ୍‌ ପେମେଣ୍ଟ୍‌ସ୍‌ ଇଣ୍ଟର୍‌ଫେସ୍‌’ର (ୟୁପିଆଇ) ବ୍ୟବହାରକୁ ଅଧିକ ବ୍ୟାପକ କରିବା ପାଇଁ ବୁଧବାର ଦିନ ଭାରତର ରିଜର୍ଭ ବ୍ୟାଙ୍କ୍‌ ଏହା ସହିତ କ୍ରେଡିଟ୍‌ କାର୍ଡ ଲିଙ୍କ୍‌ କରିବା ପାଇଁ ଅନୁମତି ଦେବା ଲାଗି ପ୍ରସ୍ତାବ ଦେଇଛି।

ଏ ସଂକ୍ରାନ୍ତ ବିବୃତିରେ ରିଜର୍ଭ ବ୍ୟାଙ୍କ୍‌ କହିଛି, ପ୍ରାରମ୍ଭରେ ‘ରୁ‌ ପେ’ କ୍ରେଡିଟ୍‌ କାର୍ଡକୁ ଏହି ସୁବିଧାରେ ସଚଳ କରାଯିବ। ଏହି ବ୍ୟବସ୍ଥା ଫଳରେ ‘ୟୁପିଆଇ’ ପ୍ଲାଟ୍‌ଫର୍ମ ଜରିଆରେ ଗ୍ରାହକମାନଙ୍କୁ ଅଧିକ ସୁବିଧା ମିଳିବ ବୋଲି ଆଶା କରାଯାଉଛି। ଏଥିପାଇଁ ଆବଶ୍ୟକ ସିଷ୍ଟମ୍‌ ବିକଶିତ କରାଯିବା ପରେ ଏହି ସୁବିଧା ମିଳିବ।

publive-image Image Courtesy of Zee News

‘ନ୍ୟାସ୍‌ନାଲ୍‌ ପେମେଣ୍ଟ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ’କୁ (ଏନ୍‌ପିସିଆଇ) ଏ ସଂକ୍ରାନ୍ତରେ ଆବଶ୍ୟକ ନିର୍ଦେଶାବଳୀ ଜାରି କରାଯିବ ବୋଲି ରିଜର୍ଭ ବ୍ୟାଙ୍କ୍‌ ସୂଚନା ଦେଇଛି।

ସମ୍ପ୍ରତି ବ୍ୟବହାରକାରୀମାନଙ୍କ ‘ଡେବିଟ୍‌ କାର୍ଡ’ ଜରିଆରେ ସଞ୍ଚୟ ଜମା ଅଥବା ଚଳନ୍ତି ଜମା ଆକାଉଣ୍ଟ୍‌ ଲିଙ୍କ୍‌ କରି ‘ୟୁପିଆଇ’ ଦେଣନେଣ ସୁବିଧା କରୁଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି, ୨୬ କୋଟିରୁ ଅଧିକ ‘ୟୁନିକ୍‌ ୟୁଜର୍‌’ ଏବଂ ୫ କୋଟି ବ୍ୟବସାୟୀ ଥିବା ‘ୟୁପିଆଇ’ ଦେଶର ସବୁଠୁ ବ୍ୟାପକ ‘ମୋଡ୍‌ ଅଫ୍‌ ପେମେଣ୍ଟ୍‌’ ହୋଇପାରିଛି। ମେ ମାସରେ ‘ୟୁପିଆଇ’ ଜରିଆରେ ୫୯୪.୬୩  କାରବାର ଜରିଆରେ  ୧୦. ୪୦ ଲକ୍ଷ କୋଟି କାରବାର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe