ଲୋକଙ୍କ ହାତକୁ ଆସିଲା ବାଇଗଣୀ ରଙ୍ଗର ନୂଆ ୧୦୦ଟଙ୍କିଆ ନୋଟ, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ୱ

Advertisment
ଲୋକଙ୍କ ହାତକୁ ଆସିଲା ବାଇଗଣୀ ରଙ୍ଗର ନୂଆ ୧୦୦ଟଙ୍କିଆ ନୋଟ, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ୱ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ସ୍ୱଚ୍ଛ ଭାରତ ଲୋଗୋ ଥିବା ମହାତ୍ମାଗାନ୍ଧୀ ସିରିଜର ଏକ ନୂତନ ୧୦୦ଟଙ୍କିଆ ନୋଟ ରିଲିଜ କରିଛନ୍ତି। ଲାଭେଣ୍ଡର୍‌ ବା ଈଷତ୍‌ ବାଇଗଣୀ ରଙ୍ଗର ଏହି ନୋଟଟି ସମ୍ପୂର୍ଣ୍ଣ ରୂପେ ଦେଶଜ ପଦାର୍ଥରେ ନିର୍ମିତ ହୋଇଛି। ଏହି ବାଇଗଣୀ ରଙ୍ଗର ନୂଆ ୧୦୦ ଟଙ୍କିଆ ନୋଟ ବଜାର ପ୍ରବେଶ କରିବା ସହିତ ଲୋକଙ୍କ ହାତକୁ ଆସିଛି। ତେବେ ଏହି ନୂଆ ୧୦୦ଟଙ୍କିଆ ନୋଟ ଜାରି ହେବା ପରେ ଲୋକଙ୍କ ମନରେ ପୁରୁଣା ୧୦୦ ଟଙ୍କିଆ ନୋଟ ଚାଲିବ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଡାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ସ୍ପଷ୍ଟ କରି ଦେଇଛି ଯେ ନୂଆ ନୋଟ ସହିତ ପୁରୁଣା ୧୦୦ଟଙ୍କିଆ ନୋଟ ବି ପୂର୍ବ ଭଳି ଚାଲୁ ରହିବ।

ଆରବିଆଇ ସହିତ ଜଡ଼ିତ ସୂତ୍ରରୁ ପ୍ରକାଶ, ବାଇଗଣୀ ରଙ୍ଗର ନୂଆ ୧୦୦ଟଙ୍କିଆ ନୋଟ ସର୍ବପ୍ରଥମେ ଆରବିଆଇ ଷ୍ଟାଫ୍‌ଙ୍କୁ ଦିଆଯିବ। ଏହାପରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାକୁ ଏହି ନୂଆ ନୋଟ ପଠାଯିବାର ଯୋଜନା ଥିଲା।  ଜୁଲାଇ ୧୯ରେ ଆରବିଆଇ ପ୍ରଥମ ଥର ୧୦୦ଟଙ୍କିଆ ନୋଟର ଫଟୋ ଜାରି କରିଥିଲା।

publive-image

ଆସନ୍ତୁ ଜାଣିବା ଏହି ନୋଟ ଫିଚର କ’ଣ ରହିଛି...

କାଜା ସୁଧାକର ଯିଏ ନିକଟରେ ପରିଚାଳନା ନିର୍ଦ୍ଦେଶକ ଭାବେ ବ୍ୟାଙ୍କ୍‌ ନୋଟ ମୁଦ୍ରଣ କରୁଥିବା, ‘ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ନୋଟ ମୁଦ୍ରଣ’ରୁ ଅବସର ଗ୍ରହଣ କରିଛନ୍ତି, ସେ କହନ୍ତି, ଏହି ନୋଟର ନକ୍ସା ଭାରତରେ ହୋଇଛି। ଭାରତରେ ନିର୍ମିତ ନୋଟ ଛପା କାଗଜରେ ଏହା ଛପା ଯାଇଛି। ଛପା କାଳି ମଧ୍ୟ ଭାରତରେ ତିଆରି ହୋଇଛି। ଏଥିରେ ଥିବା ନିରାପତ୍ତା ବୈଶିଷ୍ଟ୍ୟ ମଧ୍ୟ ଗୋଟିଏ ଭାରତୀୟ କମ୍ପାନି ଦ୍ୱାରା ପ୍ରସ୍ତୁତ।

ଏହି ନୂତନ ୧୦୦ଟଙ୍କିଆ ନୋଟର ନକ୍‌ସା ବା ଡିଜାଇନ୍‌ ମହୀଶୂରସ୍ଥିତ ‘ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍‌ ମୁଦ୍ରଣ’ରେ କରାଯାଇଛି ବୋଲି ସୁଧାକର ପୁଣି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe