Advertisment

ଋଣଧାରୀଙ୍କ ପାଇଁ ଆଶ୍ୱସ୍ତି, ବ୍ୟାଙ୍କଗୁଡ଼ିକୁ ଆରବିଆଇ ଦେଲା ଏହି ନିର୍ଦ୍ଦେଶ

Advertisment
ଋଣଧାରୀଙ୍କ ପାଇଁ ଆଶ୍ୱସ୍ତି, ବ୍ୟାଙ୍କଗୁଡ଼ିକୁ ଆରବିଆଇ ଦେଲା ଏହି ନିର୍ଦ୍ଦେଶ

The Indian Express

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଏକ ନୂଆ ପ୍ରସ୍ତାବ ଲାଗୁ ହେଲେ ତାହା ଋଣଧାରୀମାନେ ଉପକୃତ ହେବାର ସମ୍ଭାବନା ରହିଛି । ଆରବିଆଇ କହିଛି ଯେ ଋଣ ଖିଲାପ ପାଇଁ ବ୍ୟାଙ୍କମାନେ ଋଣଧାରୀଙ୍କ ଉପରେ ଲଗାଉଥିବା ପେନାଲଟି ବା ଜୋରିମାନା ବକେୟା ପ୍ରିନ୍ସିପାଲ (ମୂଳ)ରେ ଯୋଡ଼ାଯାଇପାରିବ ନାହିଁ । କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପ ଋଣ ଖିଲାପ କ୍ଷେତ୍ରରେ ଗ୍ରାହକଙ୍କ ଉପରେ ଲାଗୁ ହେଉଥିବା ଅତିରିକ୍ତ ସୁଧକୁ ରୋକିବାରେ ସହାୟକ ହେବ ।

ରିଜର୍ଭ ବ୍ୟାଙ୍କ 'ଫେୟାର ଲେଣ୍ଡିଂ ଆକ୍ଟିଭିଟିଜ୍ - ଲୋନ୍ ଆକାଉଣ୍ଟରେ ଦଣ୍ଡନୀୟ ଚାର୍ଜ' ଶୀର୍ଷକ ଡ୍ରାଫ୍ଟ ସର୍କୁଲାରରେ କହିଛି ଯେ ଋଣ ଚୁକ୍ତିର ଗୁରୁତ୍ୱପୂର୍ଣ୍ଣ ସର୍ତ୍ତାବଳୀକୁ କିଛି ମାତ୍ରାରେ ଖିଲାପ/ଅନୁପାଳନ ନ କରିବା ପାଇଁ ଜୋରିମାନା ରାଶିର ପରିମାଣ ଆନୁପାତିକ ହେବା ଉଚିତ୍। ରିଜର୍ଭ ବ୍ୟାଙ୍କର ବର୍ତ୍ତମାନର ନିର୍ଦ୍ଦେଶାବଳୀ ଅନୁଯାୟୀ, ବ୍ୟାଙ୍କମାନେ ପେନାଲଟି ଆଦାୟ ପାଇଁ ନିଜ ନିଜ ବୋର୍ଡ ଦ୍ୱାରା ଅନୁମୋଦିତ ନୀତି ଅନୁସାରେ ବି କାର୍ଯ୍ୟକାରୀ କରିପାରିବେ ।

ଏହି କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏବେ ଏକ ଡ୍ରାଫ୍ଟ ଜାରି କରିଛି। ପେନାଲଟି ଲାଗୁ କରିବାର ଉଦ୍ଦେଶ୍ୟ ହେଉଛି ଋଣଧାରୀଙ୍କ ମଧ୍ୟରେ ଋଣ ଶୃଙ୍ଖଳାର ଭାବନା ସୃଷ୍ଟି କରିବା ଏବଂ ଋଣଦାତାଙ୍କୁ ଉଚିତ କ୍ଷତିପୂରଣ ସୁନିଶ୍ଚିତ କରିବା ବୋଲି ଡ୍ରାଫ୍ଟରେ କୁହାଯାଇଛି । କିନ୍ତୁ ଏଥିରେ ଆହୁରି ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ପେନାଲଟି ଚୁକ୍ତିଭିତ୍ତିକ ସୁଧ ହାରଠାରୁ ଅଧିକ ରୋଜଗାର କରିବାର ମାଧ୍ୟମ ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe