ରିଜର୍ଭ ବ୍ୟାଙ୍କ ବଦଳାଇଲା ଅନ୍‌ଲାଇନ୍‌ ଟ୍ରାନଜାକସନ୍‌ ସହିତ ଜଡ଼ିତ ଥିବା ଏହି ନିୟମ; ବଢ଼ିଲା ଆରଟିଜିଏସ୍ ସମୟ ସୀମା

ରିଜର୍ଭ ବ୍ୟାଙ୍କ ବଦଳାଇଲା ଅନ୍‌ଲାଇନ୍‌ ଟ୍ରାନଜାକସନ୍‌ ସହିତ ଜଡ଼ିତ ଥିବା ଏହି ନିୟମ; ବଢ଼ିଲା ଆରଟିଜିଏସ୍ ସମୟ ସୀମା

Livemint

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ଇଣ୍ଡିଆ ସ୍ୱପ୍ନକୁ ପୂରା କରିବା ପାଇଁ ନେଣ-ଦେଶ ସହିତ ଜଡ଼ିତ ଥିବା ନିୟମରେ ପରିବର୍ତ୍ତନ ଆଣିଛି। ଦେଶର ଶୀର୍ଷ ବ୍ୟାଙ୍କ ଅନଲାଇନ୍‌ ଟ୍ରାନ୍‌ଜାକ୍‌ସନ୍‌କୁ ବୃଦ୍ଧି କରିବା ପାଇଁ ଆରଟିଜିଏସ୍‌ ଅର୍ଥାତ ରିଏଲ ଟାଇମ ଗ୍ରସ ସେଟଲମେଣ୍ଟର ସମୟ ବୃଦ୍ଧି କରିଛି।

ଆରବିଆଇ ଦ୍ୱାରା ଜାରି ଅଧିକାରିକ ନୋଟିଫିକେସନ୍‌ ମୁତାବକ, ଆରଟିିଜିଏସ୍‌ ଜରିଆରେ ଟଙ୍କା ପଠାଇବାର ଅବଧି ଦେଢ଼ ଘଣ୍ଟା ବୃଦ୍ଧି କରି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କରି ଦିଆଯାଇଛି। ଏହି ନୂଆ ନିୟମ ଜୁନ୍‌ ୧ରୁ ଲାଗୁ ହେବ। ସମ୍ପ୍ରତି ଆରଟିଜିଏସ ଜରିଆରେ ସନ୍ଧ୍ୟା ସାଢ଼େ ଚାରିଟା ଯାଏଁ ଟଙ୍କା ପଠାଇ ହେଉଥିଲା । ଏହା ବ୍ୟତୀତ ରବିବାର ଓ ଛୁଟି ଥିବା ଦିନରେ ଆରଟିଜିଏସ୍‌ ସର୍ଭିସ୍‌ର ଲାଭ ଉଠାଇ ପାରିବେ ନାହିଁ।

publive-image Moneycontrol

ରିଏଲ ଟାଇମ୍‌ ଗ୍ରାସ ସେଟ୍‌ଲମେଣ୍ଟ (ଆରଟିଜିଏସ୍‌) ବ୍ୟବସ୍ଥା ଜରିଆରେ ଟଙ୍କା ଟ୍ରାନ୍ସଫର ତୁରନ୍ତ ହୋଇଯାଇଥାଏ। ଆରଟିଜିଏସ୍‌ ସୁବିଧା ଉପଯୋଗ ବିଶେଷ ଭାବେ ଅଧିକ ରାଶି ଟ୍ରାନ୍ସଫର ପାଇଁ କରାଯାଇଥାଏ। ଏହା ଜରିଆରେ କୌଣସି ବି ଜମାକାରୀ ଅତି କମ୍‌ରେ ୨ଲକ୍ଷରୁ ଅଧିକ ଟଙ୍କା ପଠାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe