Image Courtesy of Mint
ମୁମ୍ବାଇ: ଆଜି ରିଜର୍ଭ ବ୍ୟାଙ୍କ୍ ଆର୍ଥିକ ବର୍ଷ ୨୦୨୧-୨୨ର ଶେଷ ଦ୍ବିମାସିକ ଆର୍ଥିକ ନୀତି ସମୀକ୍ଷା ପ୍ରକାଶ କରିଛି। ବଜେଟ୍ ପରେ ପ୍ରକାଶିତ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଏହି ଆର୍ଥିକ ନୀତିରେ ମୁଖ୍ୟ ପଲିସି ରେଟ୍ ସବୁ ଅପରିବର୍ତ୍ତିତ ରଖାଯାଇଛି।
ଦ୍ବିମାସିକ ଆର୍ଥିକ ନୀତିର ଫଳାଫଳ ଘୋଷଣା କରି ଭାରତୀୟ ରିଜର୍ଭ ବ୍ୟାଙ୍କ୍ କହିଛି ଯେ, ରେପୋ ରେଟ୍ ୪%ରେ ଏବଂ ରିଭର୍ସ ରେପୋ ରେଟ୍ ୩.୩୫%ରେ ଅପରିବର୍ତ୍ତିତ ରଖିବାକୁ ସ୍ଥିର କରାଯାଇଛି। ଏହାକୁ ମିଶାଇ କ୍ରମାଗତ ୧୦ ଥର ଲାଗି ରେପୋ ରେଟ୍ ଅପରିବର୍ତ୍ତିତ ରହିଲାଣି।
Image Courtesy of The Indian Expressସୁଧହାର ଅପରିବର୍ତ୍ତିତ ରଖିବା ଲାଗି ୬ଜଣିଆ ସଦସ୍ୟବିଶିଷ୍ଟ ‘ମିନିଟାରି ପଲିସି କମିଟି’ର ସର୍ବସମ୍ମତ ହେବା ସହ ନିଷ୍ପତ୍ତି ନେଇଥିଲେ। ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଅଭିବୃଦ୍ଧିକୁ ସହାୟତା କରିବା ସହ ମୁଦ୍ରାସ୍ଫିତିକୁ ନିର୍ଦ୍ଧାରିତ ଲକ୍ଷ୍ୟ ମଧ୍ୟରେ ସୀମିତ ରଖାଯିବା ଯାଏଁ ଆର୍ଥିକ ନୀତିର ସ୍ଥିତାବସ୍ଥା ଜାରି ରହିବ।
ଫେବ୍ରୁଆରି ୭-୯ ମଧ୍ୟରେ ରିଜର୍ଭ ବ୍ୟାଙ୍କ୍ ମନିଟାରି ପଲିସି କମିଟିର ବୈଠକ ବସିବ ବୋଲି ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ, ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସ୍କର୍ଙ୍କ ମୃତ୍ୟୁ ଯୋଗୁଁ ଫେବ୍ରୁଆରି ୭ ତାରିଖକୁ ମହାରାଷ୍ଟ୍ର ସରକାର ଶୋକ ଦିବସ ଭାବେ ଛୁଟି ଘୋଷଣା କରିବାରୁ ଉକ୍ତ ବୈଠକ ଫେବ୍ରୁଆରି ୮-୧୦ ତାରିଖରେ ହେବ ବୋଲି ପୁନଃ ନିର୍ଦ୍ଧାରଣ କରାଯାଇଥିଲା।
Follow Us