ରେପୋ ରେଟ୍‌ ୬.୫%କୁ ବୃଦ୍ଧି କଲା ରିଜର୍ଭ ବ୍ୟାଙ୍କ୍‌; ୬.୪% ହେବ ୨୦୨୩-୨୪ର ବାର୍ଷିକ ଅଭିବୃଦ୍ଧି

Advertisment
ରେପୋ ରେଟ୍‌ ୬.୫%କୁ ବୃଦ୍ଧି କଲା ରିଜର୍ଭ ବ୍ୟାଙ୍କ୍‌; ୬.୪% ହେବ ୨୦୨୩-୨୪ର ବାର୍ଷିକ ଅଭିବୃଦ୍ଧି

Image Courtesy of India Today

ମୁମ୍ବାଇ: ୨୫ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ‘ରୋପୋ ରେଟ୍‌’ ୬.୫%କୁ ବୃଦ୍ଧି କରିବା ପାଇଁ ‘ମନିଟାରି ପଲିସି କମିଟି’ (ଏମ୍‌ପିସି) ନିଷ୍ପତ୍ତି ଗ୍ରହଣ କରିଥିବା କଥା ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣନର୍ ଶକ୍ତିକାନ୍ତ ଦାସ କହିଛନ୍ତି।

୬ଜଣିଆ ସଦସ୍ୟବିଶିଷ୍ଟ ‘ଏମ୍‌ପିସି’ର ୪ଜଣ ସଦସ୍ୟ ‘ରୋପୋ ରେଟ୍‌’ ବୃଦ୍ଧି ଏବଂ ଲାଗୁ କରିବା ସପକ୍ଷରେ ଭୋଟ୍‌ ଦେଇଛନ୍ତି। ଅର୍ଥନୀତିର ସାମଗ୍ରିକ ଗତିବିଧି ଉପରେ ଦୃଷ୍ଟି ଦେଇ ପ୍ରସ୍ତୁତ ମୂଲ୍ୟାୟନକୁ ଭିତ୍ତିକରି ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୬.୫% କରିବା ଲାଗି ‘ଏମ୍‌ପିସି’ ସ୍ଥିର କରିଥିବା କଥା ସେ କହିଛନ୍ତି।

ଶକ୍ତିକାନ୍ତ ଦାସ ଆହୁରି ମଧ୍ୟ କହିଛନ୍ତି, ମୁଦ୍ରାସ୍ଫୀତିକୁ ନିର୍ଦ୍ଧାରିତ ଲକ୍ଷ୍ୟ ମଧ୍ୟରେ ସୀମିତ ରଖିବା ସହିତ ଅଭିବୃଦ୍ଧି ପ୍ରତି ଦୃଷ୍ଟି ଦେଇ ‘ଏମ୍‌ପିସି’ ‘ୱିଡ୍ରାଲ୍‌ ଅଫ୍ ଆକମୋଡେସନ୍‌’ ସ୍ଥିତି ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି।

publive-image Image Courtesy of NDTV

ଗଭର୍ଣ୍ଣର୍‌ ଦାସ ଆହୁରି ମଧ୍ୟ କହିଛନ୍ତି, ‘ଷ୍ଟାଣ୍ଡିଙ୍ଗ୍‌ ଡିପୋଜିଟ୍‌ ଫେସିଲିଟି’ (ଏସ୍‌ଡିଏଫ୍‌) ରେଟ୍‌ ସଂଶୋଧିତ ହୋଇ ୬.୨୫% ହେବା ବେଳେ ‘ମାରିଜିନାଲ୍‌ ‌ଷ୍ଟାଣ୍ଡିଙ୍ଗ୍‌ ଫେସିଲିଟି’ (ଏମ୍‌ଏସ୍‌ଏଫ୍‌) ରେଟ୍‌ ଏବେ ୬.୭୫% ହେବ।

ମୁଦ୍ରାସ୍ଫୀତି ପ୍ରସଙ୍ଗରେ ଗଭର୍ଣ୍ଣର୍‌ ଦାସ କହିଛନ୍ତି ଯେ, ପନିପରିବା ଦର ଖୁବ୍‌ ହ୍ରାସ ପାଇବାରୁ ୨୦୨୨ ନଭେମ୍ବର ଓ ଡିସେମ୍ବରରେ ‘କଞ୍ଜୁମର୍‌ ପ୍ରାଇସ୍‌ ଇନ୍‌ଫ୍ଲାସନ୍‌’ (ସିପିଆଇ) ୬%କୁ ଚାଲି ଆସିଲା। କିନ୍ତୁ, ମୁଦ୍ରାସ୍ଫୀତିର ସର୍ବନିମ୍ନ ସ୍ତର ଅପରିବର୍ତ୍ତିତ ଥିବା କଥା ସେ ସ୍ବୀକାର କରିଛନ୍ତି।

ଅଭିବୃଦ୍ଧି ସଂକ୍ରାନ୍ତରେ ସୂଚନା ଦେଇ ସେ କହିଛନ୍ତି, ଭାରତରେ ଅର୍ଥନୈତିକ କାର୍ଯ୍ୟଧାରା ବଳିଷ୍ଠ ଥିବାରୁ ୨୦୨୩-୨୪ରେ ବାସ୍ତବ ଅଭିବୃଦ୍ଧି ହାର ୬.୪% ହେବ ବୋଲି ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe