ଏଟିଏମକୁ ନେଇ ନୂଆ ଗାଇଡଲାଇନ ଆଣିବ ରିଜର୍ଭ ବ୍ୟାଙ୍କ, ସପିଂ ପାଇଁ ନୂଆ କାର୍ଡ ଜାରି କରିବ ବ୍ୟାଙ୍କ୍‌

Advertisment
ଏଟିଏମକୁ ନେଇ ନୂଆ ଗାଇଡଲାଇନ ଆଣିବ ରିଜର୍ଭ ବ୍ୟାଙ୍କ, ସପିଂ ପାଇଁ ନୂଆ କାର୍ଡ ଜାରି କରିବ ବ୍ୟାଙ୍କ୍‌

ନୂୂଆଦିଲ୍ଲୀ: ଖୁବ୍ ଶୀଘ୍ର ବଦଳିବ ଏଟିଏମ ନିୟମ। ଏଟିଏମକୁ ନେଇ ନୂଆ ଗାଇଡଲାଇନ ଆଣିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌। ଯାହାଦ୍ୱାରା ଏଟିଏମରେ ଟଙ୍କା କାରବାର ଆହୁରି ସୁରକ୍ଷିତ ଭାବେ ହୋଇପାରିବ। ଦିନକୁ ଦିନ ଏଟିଏମ ଠକେଇ ମାମଲା ବଢି ଚାଲିଥିବା ବେଳେ ଏଥିରେ ଲଗାମ ଲଗାଇବାକୁ ଆରବିଆଇ ଖୁବଶୀଘ୍ର ନୂଆ ଗାଇଡଲାଇନ୍‌ ଜାରି କରିବ। ରିଜର୍ଭ ବ୍ୟାଙ୍କର ସମୀକ୍ଷା ବୈଠକରେ ଏନେଇ ସୂଚନା ଦିଆଯାଇଛି। ଆଗାମୀ ଡିସେମ୍ବର ୩୧ସୁଦ୍ଧା ନୂଆ ଗାଇଡଲାଇନ୍‌ ଜାରି କରିବା ନେଇ ସୂଚନା ଦେଇଛି ଆରବିଆଇ। ଏହାଛଡା ଗ୍ରାହକଙ୍କ ପାଇଁ ଏକ ନୂଆ ତଥା  ସ୍ବତନ୍ତ୍ର କାର୍ଡ ଲଞ୍ଚ କରିବାକୁ ମଧ୍ୟ ଘୋଷଣା କରିଛି ଆରବିଆଇ।

ଏଟିଏମ ଭଳି ପ୍ରିପେଡ଼ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ(ପିପିଆଇ) କାର୍ଡ ଜାରି କରିବାକୁ ଆରବିଆଇ ଘୋଷଣା କରିଛି। ଯାହାଦ୍ୱାରା ସପିଂ ସମୟରେ ଏହି ପିପିଆଇ କାର୍ଡରେ ଡିଜିଟାଲ ପେମେଣ୍ଟ କରିପାରିବେ ଗ୍ରାହକ। ଏହି କାର୍ଡରେ ଥରକେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜିନିଷ କିଣିପାରିବେ ଗ୍ରାହକ। କିନ୍ତୁ ଏଥିପାଇଁ ବ୍ୟାଙ୍କ ଆକାଉଣ୍ଟରୁ ପିପିଆଇ କାର୍ଡକୁ ରିଚାର୍ଜ କରିବାକୁ ପଡ଼ିବ। ଏପରିକି ବ୍ୟାଙ୍କରେ ଟଙ୍କା ଜମା କରି ମଧ୍ୟ ଏହି ପିପିଆଇ କାର୍ଡକୁ ରିଚାର୍ଜ କରାଯାଇପାରିବ।

ATM से जुड़े नियम में होगा बदलाव, शॉपिंग के लिए बैंक जारी करेंगे नया कार्डଡେବିଟ କାର୍ଡ ଓ କ୍ରେଡିଟ କାର୍ଡରୁ ପିପିଆଇ କାର୍ଡକୁ ରିଚାର୍ଜ କରିବାକୁ ବିକଳ୍ପ ରହିଥିବା ବେଳେ ମାସକୁ ସର୍ବାଧିକ ୫୦ଟଙ୍କାର ରିଚାର୍ଜ ହୋଇପାରିବ। ତେବେ ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ କେବଳ ଏହି କାର୍ଡରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ ହୋଇପାରିବ। ପିପିଆଇକୁ କାର୍ଡ ଓ ମୋବାଇଲ ୱାଲେଟ ଭାବେ ଜାରି କରାଯାଇପାରେ। ଏବେ ଦେଶରେ ପେଟିଏମ, ମୋବିକ୍ୱିକ୍‌, ଗିଫ୍‌ଟ କାର୍ଡ ଭଳି ପ୍ରମୁଖ ପିପିଆଇ କାର୍ଡ ଅଧିକ ମାତ୍ରାରେ ବ୍ୟବହାର ହେଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିସେମ୍ବର ୩୧ସୁଦ୍ଧା ଏହି କାର୍ଡ ବାବଦରେ ଅଧିକ ସୂଚନା ଜାରି କରାଯିବ ବୋଲି ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe