Image Courtesy of Hindustan Times
ମୁମ୍ବାଇ: କ୍ରମାଗତ ତୃତୀୟ ଥର ଲାଗି ସ୍ଥିତାବସ୍ଥା ବଜାୟ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ୪%ରେ ଅପରିବର୍ତ୍ତିତ ରଖିଥିବା କଥା ଶୁକ୍ରବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣନର୍ ଶକ୍ତିକାନ୍ତ ଦାସ କହିଛନ୍ତି।। ରେପୋ ରେଟ୍ ଅପରିବର୍ତ୍ତିତ ରଖିବାକୁ ‘ମନିଟାରି ପଲିସି କମିଟି’ (ଏମ୍ପିସି) ସର୍ବସମ୍ମତ ହୋଇ ଭୋଟ୍ ଦେଇଥିଲେ। ରିଜର୍ଭ ରେପୋ ରେଟ୍ ମଧ୍ୟ ୩.୩୫%ରେ ଅପରିବର୍ତ୍ତିତ ଥିବା କଥା ଶ୍ରୀ ଦାସ କହିଛନ୍ତି।
ଆବଶ୍ୟକ ଥିବା ପର୍ଯ୍ୟନ୍ତ ଆର୍ଥିକ ନୀତିକୁ ସ୍ୱଳ୍ପ ସୁଧହାର ସ୍ଥିତିରେ ରଖିବାକୁ ‘ଏମ୍ପିସି’ ସ୍ଥିର କରିଛି। ସ୍ଥାୟୀଭିତ୍ତିକ ଅଭିବୃଦ୍ଧି ହାର ଫେରାଇ ଆଣିବାକୁ ଅନ୍ୟୂନ ଚଳିତ ଆର୍ଥିକ ବର୍ଷ ଶେଷ ଏବଂ ଆସନ୍ତା ବର୍ଷରେ ମଧ୍ୟ ଏହି ବ୍ୟବସ୍ଥା ଚାଲୁ ରହିବ। ଏହାଛଡ଼ା, କୋଭିଡ୍-୧୯ ପ୍ରଭାବକୁ ନିଶ୍ଚିହ୍ନ କରି ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ସ୍ତରରେ ରଖିବାରେ ମଧ୍ୟ ଏହି ନିଷ୍ପତ୍ତି ସହାୟକ ହେବ ବୋଲି ଶ୍ରୀ ଦାସ କହିଛନ୍ତି।
Image Courtesy of New Indian Expressଶୀତ ମାସମାନଙ୍କରେ ବ୍ୟାପକ ଉତ୍ପାଦନ ହେଉଥିବା ଖରିଫ ଫସଲ ଓ ଶୀଘ୍ର ନଷ୍ଟ ହୋଇ ଯାଉଥିବା ଫସଲ ବଜାରକୁ ଆସିଥିବାରୁ ମୁଦ୍ରାସ୍ଫୀତି ସାମାନ୍ୟ ହ୍ରାସ ପାଇବ। କିନ୍ତୁ, ମୋଟାମୋଟି ଭାବେ ମୁଦ୍ରାସ୍ଫୀତି ଅଧିକ ରହିବ ବୋଲି ସେ କହିଛନ୍ତି।
Follow Us