ମୁମ୍ବାଇ: ସୁଧହାର ଅପରିବର୍ତ୍ତିତ ରଖି ଶୁକ୍ରବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍ କ୍ରମାଗତ ଷଷ୍ଠଥର ପାଇଁ ଆର୍ଥିକ କାରବାର ସୁଧାରିବା ଲାଗି ସ୍ଥିତାବସ୍ଥା ବଜାୟ ରଖିଛି। ୪% ଥିବା ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ୍ର ‘ମନିଟାରି ପଲିସି କମିଟି’ (ଏମ୍ପିସି) ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରିଛି। ସେହିପରି ରିଭର୍ସ ରେପୋ ରେଟ୍ ମଧ୍ୟ ପୂର୍ବଭଳି ୩.୩୫% ରଖାଯାଇଛି।
Image Courtesy of Reutersଭବିଷ୍ୟତ ପାଇଁ ଆଗରୁ ଅର୍ଥନୀତିଜ୍ଞମାନେ ଯେଉଁ ପ୍ରକାରର ବ୍ୟବସ୍ଥା କଥା ପରିକଳ୍ପନା କରିଥିଲେ ରିଜର୍ଭ ବ୍ୟାଙ୍କ୍ର ନିଷ୍ପତ୍ତି ସେହି ପ୍ରକାରର ଚାଲିଛି। ‘ଏମ୍ପିସି’କୁ ଉଦ୍ବୋଧନ ଦେଇ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କୋଭିଡ୍-୧୯ ଦ୍ବିତୀୟ ପ୍ରବାହ ସମୟର ଆର୍ଥିକ ପରିସ୍ଥିତି ସମ୍ବନ୍ଧରେ କେତେକ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ। ସେ କିନ୍ତୁ, କହିଛନ୍ତି ଯେ, ପ୍ରଥମ ପ୍ରବାହ ଭଳି ଦ୍ବିତୀୟ ପ୍ରବାହ ଅର୍ଥନୀତିକୁ ଏତେଟା କ୍ଷତିଗ୍ରସ୍ତ କରିନାହିଁ।
ଆର୍ଥିକ ବର୍ଷ ୨୨ପାଇଁ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ୍ ତା’ର ‘ଜିଡିପି’ ଅଭିବୃଦ୍ଧି ସଂଶୋଧନ କରିଛି। ପୂର୍ବରୁ ୧୦.୫% ‘ଡିଜିପି’ ଏବେ ୯.୫%ରେ ରହିଛି। ଏହଛଡ଼ା, ଆର୍ଥିକ ବର୍ଷ ୨୨ ନିମନ୍ତେ ଖାଉଟି ମୁଦ୍ରାସ୍ଫିତି ହାର ୫.୧% ରହିବ ବୋଲି ମଧ୍ୟ ରିଜର୍ଭ ବ୍ୟାଙ୍କ୍ ପ୍ରୋଜେକ୍ଟ୍ କରିଛି।
Follow Us