‘ଡିଏଚ୍‌ଏଫ୍‌ଏଲ୍‌’କୁ ଦେବାଳିଆ ଘୋଷଣା କରାଯିବ

‘ଡିଏଚ୍‌ଏଫ୍‌ଏଲ୍‌’କୁ ଦେବାଳିଆ ଘୋଷଣା କରାଯିବ

The Economic Times

ମୁମ୍ବାଇ : ଦିୱାନ ହାଉସିଂ ଫାଇନାନ୍ସ ଲିମିଟେଡ୍‌ (ଡିଏଚ୍‌ଏଫ୍‌ଏଲ୍‌)କୁ ଦେବାଳିଆ ଘୋଷଣା କରାଯିବ। ଏହି ସଂସ୍ଥାକୁ ନେଇ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଦେଶର ପ୍ରଥମ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି) ଭାବେ ଡିଏଚ୍‌ଏଫ୍‌ଏଲ୍‌ ବିରୋଧରେ ଦେବାଳିଆ ମାମଲା ଆରମ୍ଭ ହେବ। ଡିଏଚ୍‌ଏଫ୍‌ଏଲ୍‌କୁ ଚଲାଇବା ଲାଗି ରିଜର୍ଭ ବ୍ୟାଙ୍କ ତରଫରୁ ପ୍ରଶାସକ ନିଯୁକ୍ତ କରାଯାଇଛି। ବଣ୍ଡ୍‌ ବାବଦ ଦେୟ ପ୍ରଦାନ କରିବାରେ ବିଫଳ ହେବା ପରେ କଂପାନି ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦେଶକ ଆର୍‌ ସୁବ୍ରମଣ୍ୟନ କୁମାରଙ୍କୁ କଂପାନିର ପ୍ରଶାସକ ନିଯୁକ୍ତ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଡିଏଚ୍‌ଏଫ୍‌ଏଲ୍‌କୁ ନେଇ ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କ୍‌ରପ୍‌ସି କୋଡ୍‌ (ଆଇବିସି)ର ନିୟମ ଅନୁସାରେ ଖୁବ୍‌ଶୀଘ୍ର ବିଚାର ପ୍ରକ୍ରିୟା ଆରମ୍ଭ ହେବ। ଖୁବ୍‌ଶୀଘ୍ର ଏନେଇ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍ରେ ଆବେଦନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe