ରିଜର୍ଭ ବ୍ୟାଙ୍କ ଚାହୁଛି କ୍ରିପ୍ଟୋ ନିଷିଦ୍ଧ ହେଉ: ନିର୍ମଳା

Advertisment
ହଜାରେ କୋଟିର କ୍ରିପ୍ଟୋ କରେନ୍ସି ଠକେଇ ଘଟଣା: ନିରୋଦ, ରତ୍ନାକରଙ୍କ ଜାମିନ୍‌ ଖାରଜ

Image Source: Hindustan Times

ନୂଆଦିଲ୍ଲୀ: ଦେଶର ମୁଦ୍ରା ଓ ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃ‌ଷ୍ଟି ହେବାର ଆଶଙ୍କା ଥିବାରୁ କ୍ରିପ୍ଟୋକୁ ସରକାର ନିଷିଦ୍ଧ କରାଯାଉ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଚାହୁଛି। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଏହା କହିଛନ୍ତି। ସେ କହିଲେ, କ୍ରିପ୍ଟୋ କ୍ଷେତ୍ର ଲାଗି ସ୍ବତନ୍ତ୍ର ଆଇନ ଆସିବା ଦରକାର ବୋଲି ରିଜର୍ଭ ବ୍ୟାଙ୍କ ଚାହୁଛି। ‌ମୁଦ୍ରାନୀତି ଦ୍ବାରା ସାଧାରଣ ମୁଦ୍ରାର ମୂଲ୍ୟ ପରିଚାଳିତ ହେଉଛି। କିନ୍ତୁ, କ୍ରିପ୍ଟୋ ମୂଲ୍ୟ ସମ୍ପୂର୍ଣ୍ଣ ରୂପେ ଆକଳନ ଓ ତାହା ପ୍ରଦାନ କରୁଥିବା ଅଧିକ ରିଟର୍ଣ୍ଣ ଉପରେ ନିର୍ଭର କରୁଛି। ତେବେ କ୍ରିପ୍ଟୋକୁ ନିୟନ୍ତ୍ରଣ କରିବା କିମ୍ବା ନିଷିଦ୍ଧ କରିବା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ଆନ୍ତର୍ଜାତିକ ସହଯୋଗିତାକୁ ସରକାର ଅନୁଧ୍ୟାନ କରିବେ। ଏଥିରେ ରହିଥିବା ଲାଭ ଓ କ୍ଷତିର ଭାଗକୁ ବିଚାର କରିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe