ପାର୍ବଣ ସମୟରେ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର

ପାର୍ବଣ ସମୟରେ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଯଦି ଆପଣ ପାର୍ବଣ ସମୟରେ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସୀ ଖବର। ନବରାତ୍ରୀ ସମୟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆଇଆର୍‌ସିଟିସି ସ୍ୱତନ୍ତ୍ର ଅଫର ନେଇ ଆସିଛି। ନବରାତ୍ରୀରେ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ବ୍ରତର ଖାଇବା ବି ମିଳିବ। ନବଯାତ୍ରୀ ସମୟରେ ବ୍ରତ ରଖିଥିବା ଯାତ୍ରୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେନେଇ ଏହି ସବୁଧା ଉପଳବ୍ଧ କରାଇଛି ଆଇଆର୍‌ସିଟିସି। ବ୍ରତ ସମୟରେ ଯେଉଁ ସବୁ ଖାଦ୍ୟ ଖିଆ ଯାଇଥାଏ ରେଳବାଇ ଦୁର୍ଗାପୂଜା ପର୍ଯ୍ୟନ୍ତ ସେସବୁ ସୁବିଧା ଟ୍ରେନ୍‌ରେ ଉପଲବ୍ଧ କରାଇବ। ଏପରି କ୍ଷେତ୍ରରେ ଆପଣ ସମ୍ପୂର୍ଣ୍ଣ ନବରାତ୍ରୀ ଯଦି ଟ୍ରେନ୍‌ରେ ଯାତ୍ରା କରିବେ ଫଳହାର ଆଦି ଖାଦ୍ୟ ସୁବିଧାରେ ମଗାଇ ପାରିବେ।

ଆଇଆର୍‌ସିଟିସି ନିଜର ଇ-ମେନୁରେ ବି ବ୍ରତର ଖାଇବା ସାମିଲ କରି ଦେଇଛି। ଏହି ସ୍ପେଶାଲ ଖାଦ୍ୟ ବଛାବଛା ରେଲେଓ୍ଵ ଷ୍ଟେସନ୍‌ରେ ଉପଲବ୍ଧ ହେବ। ଏହି ସୁବିଧା ନାଗପୁର, ଅମ୍ବାଲା, ଜୟପୁର, ଇଟାରସି, ଝାନ୍ସି, ନାସିକ୍‌, ରତଲାସ୍‌, ଦୌଣ୍ଡ, ମଥୁରା, ନିଜାମୁଦ୍ଦିନ୍‌ ଓ ଲକ୍ଷ୍ମୌ ଷ୍ଟେସନ୍‌ରେ ମିଳିବ। ଆପଣ ଟ୍ରେନ୍‌ରେ ବସିବସି ଇ-ମେନୁରୁ ବ୍ରତର ଖାଦ୍ୟ ଅର୍ଡର କରି ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe