ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ୍ ରିୟଲ ମି ପକ୍ଷରୁ ୟୁ-୧ ସ୍ମାର୍ଟଫୋନ୍ର ବଜାର ପ୍ରବେଶ କରାଯାଇଛି। ଏଥିରେ ଏଆଇ ମାଷ୍ଟର ମେଡିଆଟେକ୍ ହେଲିଓ ପି-୭୦ ପ୍ରୋସେସର୍ ରହିଛି। ଏହା ୩ ଜିବି ରାମ୍ ଏବଂ ୩୨ ଜିବି ରମ୍ ଏବଂ ୪ ଜିବି ରାମ୍ ଏବଂ ୬୪ ଜିବି ରମ୍ ଆଦି ଦୁଇଟି ଭ୍ୟାରିଆଣ୍ଟରେ ଉପଲବ୍ଧ ହେଉଛି। ଏହାର ମୂଲ୍ୟ ଯଥାକ୍ରମେ ୧୧,୯୯୯ ଟଙ୍କା ଏବଂ ୧୪,୪୯୯ ଟଙ୍କା ରହିଛି। ଏହା ଫିଏରି ଗୋଲ୍ଡ, ଆମ୍ବିସିୟସ୍ ବ୍ଳାକ୍ ଏବଂ ଗ୍ରେଭ୍ ବ୍ଲୁ ପ୍ରଭୃତି ୩ ଟି ରଙ୍ଗରେ ଉପଲବ୍ଧ ହେଉଛି। ଏଥିରେ ଏଆଇ ୨୫ ଏମ୍ପି ସମ୍ମୁଖ କ୍ୟାମେରା ସହିତ ସୋନୀ ଆଇଏମ୍ଏକ୍ସ ୫୭୬ ଫ୍ଲାଗସିପ୍ ସେନସର୍, ୬.୩ ଇଞ୍ଚ ଏଫଏଚଡି ପ୍ଲସ୍ ଡିୟୁଡ୍ରପ୍ ଫୁଲ୍ ସ୍କ୍ରିନ୍ ଆଦି ରହିଛି। ଆମ୍ବିସିୟସ୍ ବ୍ଳାକ୍ ଏବଂ ଗ୍ରେଭ୍ ବ୍ଲୁ ରଙ୍ଗର ବିକ୍ରି ଡିସେମ୍ବର ୫ ତାରିଖ ମଧ୍ୟାହ୍ନ ୧୨ଟା ଠାରୁ ଆମାଜନ ଡଟ୍ ଇନ୍ରେ ଆରମ୍ଭ ହେବ। ଏହାର ଫିଏରି ଗୋଲ୍ଡ ରଙ୍ଗ ୨୦୧୯ ଜାନୁୟାରୀ ୧ ଠାରୁ ଉପଲବ୍ଧ ହେବ । ଏଥିରେ ୨୯୬ ଫେସିଆଲ୍ ଚିହ୍ନଟ ସୁବିଧା ରହିଛି। ଏହି ଫୋନ୍ରେ ୧୩ ଏମପି ଏବଂ ୨ ଏମପି ପଛ କ୍ୟାମେରା ରହିଛି। ଏହା ବୋଖେ ଇଫେ୍କ୍ଟ ସୃଷ୍ଟି କରିବାକୁ ସକ୍ଷମ। ଏହା ୯୦ଏଫପିଏସ୍/୭୨୦ ସ୍ଲୋ ମୋସନ ଭିଡ଼ିଓ ଉତୋଳିତ କରିଥାଏ। ଏଥିରେ ୧୩ ଲେୟାର ମାଇକ୍ରୋନ୍ ଲେଭୁଲ୍ କୋଟିଂ, ୯୦.୮ % ସ୍କ୍ରିନ୍ ବଡ଼ି ରେସିଓ, ୪୫୦ ନିଟ୍ ବ୍ରାଇଟ୍ନେସ୍ ୧୦୮୦-ପି ଏଚଡି ମୋଡ୍ ଆଦି ବୈଶିଷ୍ଟ୍ୟ ରହିଛି।
୫ରୁ ବଜାରକୁ ଆସିବ ରିୟଲ ମି ୟୁ-୧ ସ୍ମାର୍ଟଫୋନ୍
Advertisment
Follow Us