ଧରା ପକାଇଲା ଟୁଇଟ୍: ରିୟଲ ମି ଇଣ୍ଡିଆର ସିଇଓ ହୋଇ ବ୍ୟବହାର କରୁଛନ୍ତି ଏହି କମ୍ପାନିର ଫୋନ

Advertisment
ଧରା ପକାଇଲା ଟୁଇଟ୍: ରିୟଲ ମି ଇଣ୍ଡିଆର ସିଇଓ ହୋଇ ବ୍ୟବହାର କରୁଛନ୍ତି ଏହି କମ୍ପାନିର ଫୋନ

jansatta.com

ନୂଆଦିଲ୍ଲୀ: ଅନେକ ସମୟରେ ଦେଖାଯାଏ କି, କିଛି ବ୍ରାଣ୍ଡ ଆମ୍ବାସାଡାରମାନେ ଯେଉଁ ଫୋନର ବିଜ୍ଞାପନ କରିଥାନ୍ତି, ଅସଲରେ ସେହି ଫୋନର ବ୍ୟବହାର କରନ୍ତି ନାହିଁ। ବିଭିନ୍ନ ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ରିୟଲ ମିର ସିଇଓ ମଧ୍ୟ ସେଭଳି କିଛି କରିଥିବା ଦେଖାଯାଇଛି। ରିୟଲ ମି ପାଇଁ କାମ କରୁଥିଲେ ମଧ୍ୟ ସେ ଆଇଫୋନ ଧରୁଥିବା ନେଇ ଜଣା ପଡ଼ି ଯାଇଛି। ସେ କରିଥିବା ଏକ ଟୁଇଟରୁ ଏହା ସ୍ପଷ୍ଟ ହୋଇଛି।

Image result for realme-india-ceo-madhav-sheth-caught-using-an-iphone-suspicions-were-raised-due-to-a-tweet Times of India

ସୂଚନା ମୁତାବକ, ରିୟଲ ମି ଇଣ୍ଡିଆର ସିଇଓ ମାଧବ ସେଠ୍ ରିୟଲ ମି-୩ ଓ ୩ଆଇ ବିଷୟରେ ସୂଚନା ଦେବାକୁ ଯାଇ ଏକ ଟୁଇଟ୍ କରିଥିଲେ। ଯେତେବେଳେ ଆପଣ ଆଣ୍ଡ୍ରଏଡ୍ ଫୋନ ବା ଆଇଫୋନ ବ୍ୟବହାର କରି ଟୁଇଟ୍ କରନ୍ତି, ଟୁଇଟ୍ ତଳେ ଫୋନର ନାଁ ତଳେ ଆସି ଯାଇଥାଏ। ଯାହା ପ୍ରତି ମାଧମ ସେଠ୍ ଧ୍ୟାନ ନ ଦେଇ ଟୁଇଟ୍ କରିଥିଲେ। ସେ କରିଥିବା ଟୁଇଟ୍ ତଳେ ଲେଖାଥିଲା କି, ଟୁଇଟ୍ ଫ୍ରମ୍ ଆଇଫୋନ୍। ଏହି ଟୁଇଟ୍ ପରେ ସେ ରିୟଲ ମି ପାଇଁ କାମ କରି ଆଇଫୋନ ବ୍ୟବହାର କରୁଥିବା ସ୍ପଷ୍ଟ ହୋଇଥିଲା। ତେବେ ଅନେକ ସମୟରେ କମ୍ପାନିର ସିଇଓ ବା ବ୍ରାଣ୍ଡ ଆମ୍ବାସାଡାର ପାଇଁ ସେମାନଙ୍କ ପିଆର୍ ଟିମ୍ ଟୁଇଟ୍ କରିଥାନ୍ତି। କିନ୍ତୁ ଯଦି ମାଧବ ସେଠ୍ ଟୁଇଟଟି ନିଜେ କରିଛନ୍ତି, ତେବେ ତାଙ୍କ ନାଁ ଗୋଟେ କମ୍ପାନି ପାଇଁ କାମ କରି ଆଇଫୋନ ବ୍ୟବହାର କରୁଥିବା ଲୋକଙ୍କ ମଧ୍ୟରେ ସାମିଲ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe