ବଜାରରେ ରିୟଲମି ସି-୧ ସ୍ମାର୍ଟଫୋନ୍‌, ମୂଲ୍ୟ ଟ.୭୪୭୭ରୁ ଆରମ୍ଭ

Advertisment
ବଜାରରେ ରିୟଲମି ସି-୧ ସ୍ମାର୍ଟଫୋନ୍‌, ମୂଲ୍ୟ ଟ.୭୪୭୭ରୁ ଆରମ୍ଭ

ନୂଆଦିଲ୍ଲୀ : ରିୟଲ ମି ପକ୍ଷରୁ ଏହାର ସ୍ମାର୍ଟଫୋନ ରିୟଲ ମି ସି-୧ର ବଜାର ପ୍ରବେଶ କରାଯାଇଛି। ଏହାର ବିକ୍ରି ୨୦୧୯ ଫେବୃୟାରୀ ୫ ତାରିଖ ମଧ୍ୟାହ୍ନ ୧୨ ଟାଠାରୁ ଫ୍ଲିପ୍‌କାର୍ଟରେ ଆରମ୍ଭ ହେବ। ଏଥିରେ ମେଗା ବ୍ୟାଟେରୀ ଏବଂ ମେଗା ଡିସ୍‌ ପ୍ଲେ ରହିଛି। ଏହାର ୨ ଜିବି ରାମ୍‌ ୩୨ ଜିବି ରମ୍‌ର ମୂଲ୍ୟ ୭୪୯୯ ଟଙ୍କା ଥିବାବେଳେ ୩ ଜିବି ରାମ୍‌ ୩୨ ଜିବି ରମ୍‌ର ମୂଲ୍ୟ ୮୪୯୯ ଟଙ୍କା ରହିଛି ।

ଏହି ଅବସରରେ ରିୟଲ ମିର ମୁଖ୍ୟ କାଯର୍‌ୟନିର୍ବାହୀ ଅଧିକାରୀ ମାଧବ ସେଠ୍‌ କହିଲେ,‘ ରିୟଲ ମି ସି-୧ ଗ୍ରାହକଙ୍କ ମଧ୍ୟରେ ସକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିବାକୁ ସକ୍ଷମ ହେବ। ଏହା ଫ୍ଲିପ୍‌ କାର୍ଟରେ ଉପଲବ୍ଧ ହେଉଛି। ଆମର ପୂର୍ବ ସ୍ମାଟଫୋନ୍‌ ଗୁଡ଼ିକ ଆଶା ଜନକ ସଫଳତା ହାସଲ କରିଥିବାବେଳେ ଏହାର ପୁନରାବୃତି ଏହି ନୂତନ ସ୍ମାର୍ଟଫୋନ୍‌ରେ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

publive-image

ଏହି ନୂଆ ଫୋନ୍‌ ଗ୍ରାହକ ଆଦୃତି ଳାଭ କରିବ ବୋଲି ଆମର ଆଶା ଓ ବିଶ୍ୱାସ ରହିଛି। ଏହା ୨ଜିବି ରାମ୍‌ ୩୨ ଜିବି ରମ୍‌ ତଥା ୩ ଜିବି ରାମ୍‌ ୩୨ ଜିବି ରମ୍‌ ଭ୍ୟାରିଆଣ୍ଟରେ ଉପଲବ୍ଧ ହେଉଛି । ରିୟଲ ମି ସି-୧ ର ଓସିନ୍‌ ବ୍ଲୁ୍‌ ଏବଂ ଡିପ୍‌ ବ୍ଲାକ୍‌ ଭ୍ୟାରିଆଂଟ୍‌ରେ ଉପଲବ୍ଧ ହେଉଥିବାବେଳେ। ଏଥିରେ ୧୩ ଏମ୍‌ ପି ଏବଂ ୨ଏମ୍‌ପି ଡୁଆଲ୍‌ ପଛ କ୍ୟାମେରା, ୫ଏମ୍‌ପି ଆଗ କ୍ୟାମେରା ଫିଙ୍ଗରପ୍ରିଣ୍ଟ ସେନସର, ଶକ୍ତିଶାଳୀ ୪୨୩୦ ଏମଏଏଚ୍‌ ବ୍ୟାଟେରୀ ରହିଛି। ଯାହାକି ୪୪ ଘଣ୍ଟାର କଲ, ୧୮ ଘଣ୍ଟାର ପ୍ଲେ, ୧୦ ଘଣ୍ଟାର ଗେମିଂ ସୁବିଧା ଉପଲବ୍ଧ କରାଇବ। ଏଥିରେ କ୍ୱାଲକମ୍‌ ସ୍ନାପ୍‌ ଡ୍ରାଗନ୍‌ ୪୫୦ ଅକ୍ଟାକୋର୍‌ ପ୍ରୋସେସର, ୧୪ ଏନଏମ୍‌ ପ୍ରୋସେସ୍‌, ୧.୮ ଗିଗାହର୍ଜ, ୨୫୬ ଜିବି ବାହ୍ୟ ମେମୋରୀ,୬.୨ ଇଂଚ ସ୍କ୍ରିନ୍‌, ୨.୦୫ ଅଲଟ୍ରା ନ୍ୟାରୋ ବେଜଲ୍‌, ସ୍କ୍ରିନ୍‌ ବଡି ରେସିଓ ୮୮.୮% ୧୯:୯ ଡିସପ୍ଲେ , ୪ଜି ଏବଂ ଭୋଲଟି, ୧୨୮ ଫେସ୍‌ ଡିଟେକସନ୍‌ ପଏଣ୍ଟ ଆଦି ବୈଶିଷ୍ଟ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe