ରିଜର୍ଭ ବ୍ୟାଙ୍କ-ସରକାର ସମ୍ପର୍କ ପତିପତ୍ନୀ ଭଳି: ମନମୋହନ

Advertisment
ଅମୃତସରରୁ ଲଢିବା ପ୍ରସ୍ତାବ ଆସିବା ପରେ ନିର୍ବାଚନ ଲଢ଼ିବାକୁ  ଅନିଚ୍ଛା ପ୍ରକାଶ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ: ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ସମ୍ପର୍କ ପତିପତ୍ନୀ ଭଳି। ଦୁହିଁଙ୍କ ମଧ୍ୟରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ସମାଧାନ ଏଭଳି ଭାବେ ହେବା ଦରକାର ଯଦ୍ବାରା ଉଭୟ ସଂସ୍ଥା ମିଳିମିଶି କାମ କରିପାରିବେ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ କହିଛନ୍ତି।‘ଚେଂଜିଙ୍ଗ୍‌ ଇଣ୍ଡିଆ’ ନାମକ ପୁସ୍ତକ ଉନ୍ମୋଚନ ଅବସରରେ ସେ କହିଲେ, ମୁଁ କହିବି ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ସମ୍ପର୍କ ପତିପତ୍ନୀ ଭଳି। ସମସ୍ୟା ଦେଖାଦେବ। ମତଭେଦ ରହିବ। କିନ୍ତୁ ସବୁ କିଛିର ସମାଧାନ ଏଭଳି ଭାବେ ହେବା

ଦରକାର ଯଦ୍ବାରା ଉଭୟ ସଂସ୍ଥାର ସମ୍ମାନ ବଜାୟ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ବାୟତ୍ତତା‌ ଓ ସ୍ବାଧୀନତାକୁ ସମ୍ମାନ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।ପୂର୍ବରୁ ରିଜର୍ଭ ବ୍ୟା‌ଙ୍କ ଗଭର୍ଣ୍ଣର ଭାବେ କାମ କରିଥିବା ଶ୍ରୀ ସିଂହ କହିଛନ୍ତି ଯେ, ଆମ ପାଇଁ ଏକ ଦୃଢ଼ ରିଜର୍ଭ ବ୍ୟାଙ୍କର ଆବଶ୍ୟକତା ରହିଛି ଯାହା ସରକାରଙ୍କ ସହିତ ନିବିଡ଼ ସମ୍ପର୍କ ରଖି କାମ କରିପାରିବ। ମୁଁ ଆଶା କରୁଛି ଯେ ମିଳିମିଶି କାମ କରିବା ପାଇଁ ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ କିଛି ବାଟ ବାହାର କରିବେ ବୋଲି ସେ କହିଛନ୍ତି। କୃଷି ଋଣ ଛାଡ଼ ସମ୍ପର୍କରେ ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ରାଜନୈତିକ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ସମ୍ମାନ ପ୍ରଦାନ କରାଯିବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe