ମିଳିଲା ଦୁଇଟି କିସ୍ତି: କେନ୍ଦ୍ରରୁ ଓଡ଼ିଶା ପାଇଲା ୫,୨୮୨ କୋଟି

ଭାରତୀୟଙ୍କ ବେତନ ୧୦.୨% ବଢ଼ିବ

livemint.com

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ରାଜ୍ୟମାନଙ୍କୁ ଟିକସ ହସ୍ତାନ୍ତର ବାବଦ ଦୁଇଟି କିସ୍ତି ଜାରି କରି ମୋଟ ୧,୧୬,୬୬୫.୭୫ କୋଟି ଟଙ୍କା ଦେଇଛନ୍ତି। ସେଥିରୁ ଓଡ଼ିଶାକୁ ୫,୨୮୨.୮୬ କୋଟି ଟଙ୍କା ମିଳିଛି। ସାଧାରଣତଃ ମାସିକ ଟିକସ ହସ୍ତାନ୍ତର ଭାବେ ୫୮,୩୩୨.୮୬ କୋଟି ଟଙ୍କା ଦିଆଯାଏ। ମାତ୍ର ଏଥର ଦୁଇଟି କିସ୍ତିର ରାଶି ଏକସଙ୍ଗେ ଜାରି କରାଯାଇଛି। ରାଜ୍ୟଗୁଡ଼ିକର ପୁଞ୍ଜି ଓ ବିକାଶମୂଳକ କାର୍ଯ୍ୟରେ ବ୍ୟୟକୁ ତ୍ବରାନ୍ବିତ କରିବାରେ ଏହି ପାଣ୍ଠି ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି।
ପ୍ରତିବର୍ଷ ୧୪ଟି କିସ୍ତିରେ କେନ୍ଦ୍ରୀୟ ଟିକସ ହସ୍ତାନ୍ତର କରାଯାଇଥାଏ। ୨୦୨୨-୨୩ ଆର୍ଥିକ ବର୍ଷରେ ମାସକୁ ୫୮,୩୩ କୋଟି ଟଙ୍କା ଜାରି କରିବା ଲାଗି ହିସାବ କରାଯାଥିଲା। ମାତ୍ର ଏପ୍ରିଲ୍‌-ଜୁନ୍ ଅବଧିରେ ରାଜ୍ୟଗୁଡ଼ିକୁ ୪୭,୫୯୨ କୋଟି ଟଙ୍କା ଦିଆଯାଇଥିଲା। ଜୁଲାଇରେ ସମାନ ପରିମାଣର ରାଶି ଜାରି କରାଯିବା ପରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ ରାଜ୍ୟଗୁଡ଼ିକ ୩.୦୭ ଲକ୍ଷ କୋଟି ଟଙ୍କା ପାଇଥିଲେ। ସାରା ବର୍ଷ ପାଇଁ ଜାରି ହେବାକୁ ଥିବା ୮.୧୭ ଲକ୍ଷ କୋଟି ଟଙ୍କାର ଏହା ହେଉଛି ୩୮ ପ୍ରତିଶତ।

ସାଧାରଣତଃ ଆର୍ଥିକ ବର୍ଷର ଶେଷ ଆଡ଼କୁ ଏକସଙ୍ଗେ ଦୁଇଟି କିସ୍ତିର ରାଶି ରାଜ୍ୟଗୁଡ଼ିକୁ ଦିଆଯାଏ। ୨୦୧୯-୨୦ ଓ ୨୦୨୦-୨୧ରେ ସେଭଳି ଘଟିଥିଲା। ଟିକସ ଓ ଶୁଳ୍କ ସଂଗ୍ରହ ଆଶାନୁରୂପ ରହିବା ଯୋଗୁଁ ଏଥର ରାଜ୍ୟଗୁଡ଼ିକୁ ଆଗୁଆ ପାଣ୍ଠି ଦିଆଯିବ ବୋଲି ମାର୍ଚ୍ଚ ୩୧ରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। ୨୦୨୨-୨୩ରେ ସରକାର ୨୭.୦୮ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ମେ’ ମାସରେ ପେଟ୍ରୋଲ ଓ ଡିଜେଲ୍ ଉପରୁ ଟିକସ କମ୍ କରିବା ସତ୍ତ୍ବେ ଟିକସ ସଂଗ୍ରହ ଆଶାନୁରୂପ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe