ସଂସଦୀୟ କମିଟିର ସୁପାରିସ: ଟ୍ରେନ୍‌ରେ ବରିଷ୍ଠ ନାଗରିକଙ୍କୁ ରିହାତି ଦିଆଯାଉ

Advertisment
ନକଲି ଟିଟିଆଇଙ୍କୁ ଧରିଲା ରେଳବାଇ ପୁଲିସ

Sambad English

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ବ୍ୟାପିବା ପରେ ବରିଷ୍ଠ ନାଗରିକଙ୍କୁ ଟ୍ରେନ୍‌ରେ ମିଳୁଥିବା ରିହାତି ବନ୍ଦ କରିଦିଆଯାଇଛି। ପୁନର୍ବାର ସେହି ସୁବିଧା ଦେବା ଲାଗି ଏକ ସଂସଦୀୟ କମିଟି ରେଳ ମନ୍ତ୍ରାଳୟକୁ ସୁପାରିସ କରିଛି। ଅନ୍ତତଃ ସ୍ଲିପର ଓ ଏସି ୩ ଶ୍ରେଣୀର ସିଟ୍ ପାଇଁ ବରିଷ୍ଠ ନାଗରିକମାନଙ୍କୁ ୪୦ରୁ ୫୦ ପ୍ରତିଶତ ରିହାତି ଦେବାକୁ କମିଟି କହିଛି। ମହାମାରୀ ପାଇଁ ୨୦୨୦ ମାର୍ଚ୍ଚ ୨୦ ପରଠାରୁ ଏହି ସୁବିଧାକୁ ବନ୍ଦ କରିଦିଆଯାଇଛି। ସଂସଦୀୟ କମିଟି କହିଛି ଯେ ଯେହେତୁ ରେଳ ଚଳାଚଳରେ ସ୍ବାଭାବିକ ସ୍ଥିତି ଫେରୁଛି, ତେଣୁ ବିଭିନ୍ନ ବର୍ଗକୁ ଯେଉଁ ରିହାତି ମିଳୁଥିଲା ସେହି ସୁବିଧା ପୁଣି ଚାଲୁ କରିବା ଦରକାର। ବରିଷ୍ଠ ନାଗରିକଙ୍କୁ ରିହାତି ଦେବା ଲାଗି ନିଷ୍ପତ୍ତିର ସମୀକ୍ଷା କରିବାକୁ କମିଟି ରେଳ ମନ୍ତ୍ରାଳୟକୁ କହିଛି। ବିଜେପିର ଲୋକସଭା ସାଂସଦ ରାଧାମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଏହି ସଂସଦୀୟ କମିଟି ଗଠନ କରାଯାଇଥିଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe