Advertisment

food-grain production: ରେକର୍ଡ ଭାଙ୍ଗିଲା ଖାଦ୍ୟଶସ୍ୟ ଉତ୍ପାଦନ: ଚାଉଳ, ଗହମ, ସୋୟାବିନ, ବାଦାମରେ ରେକର୍ଡ

Advertisment

ଆର୍ଥିକ ବର୍ଷ ୨୦୨୪-୨୫ ଖାଦ୍ୟଶସ୍ୟ ଚାଷ ଲାଗି ଥିଲା ଏକ ଚମତ୍କାର ବର୍ଷ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଜାରି କରିଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଏହିବର୍ଷ ଦେଶରେ ରେକର୍ଡ ୩୫୭.୭୩ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି ଯାହା ଏକ ରେକର୍ଡ।

ଆର୍ଥିକ ବର୍ଷ ୨୦୨୪-୨୫ ଖାଦ୍ୟଶସ୍ୟ ଚାଷ ଲାଗି ଥିଲା ଏକ ଚମତ୍କାର ବର୍ଷ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଜାରି କରିଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଏହିବର୍ଷ ଦେଶରେ ରେକର୍ଡ ୩୫୭.୭୩ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି ଯାହା ଏକ ରେକର୍ଡ।

food grain

Photograph: (The Dollar Business)

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ ଖାଦ୍ୟଶସ୍ୟ ଚାଷ ଲାଗି ଥିଲା ଏକ ଚମତ୍କାର ବର୍ଷ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଜାରି କରିଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଏହିବର୍ଷ ଦେଶରେ ରେକର୍ଡ ୩୫୭.୭୩ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି ଯାହା ଏକ ରେକର୍ଡ। ଏହିବର୍ଷ ରେକର୍ଡ ପରିମାଣର ଚାଉଳ, ଗହମ, ସୋୟାବିନ ଓ ବାଦାମ ଉତ୍ପାଦନ ହୋଇଛି। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଉନ୍ମୋଚନ କରିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଗତ ୧୦ ବର୍ଷ ମଧ୍ୟ‌ରେ ଖାଦ୍ୟଶସ୍ୟ ଉତ୍ପାଦନରେ ରେକର୍ଡ ବୃଦ୍ଧି ଘଟିଛି।

୨୦୧୫-୧୬ରେ ଉତ୍ପାଦନ ପରିମାଣ ଥିଲା ୨୫୧.୫୪ ନିୟୁତ ଟନ୍। ୨୦୨୪-୨୫ରେ ତାହା ୧୦୬ ନିୟୁତ ଟନ୍ ବୃଦ୍ଧି ପାଇ ୩୫୭ ନିୟୁତ ଟନ୍‌ରୁ ଅଧିକ ହୋଇଛି। ଏହି ବର୍ଷ ରେକର୍ଡ ୧୫୦୧.୮୫ ଲକ୍ଷ ଟନ୍ ଧାନ, ୧୧୭୯.୪୫ ଲକ୍ଷ ଟନ୍ ଚାଉଳ, ୧୫୨.୬୮ ଲକ୍ଷ ଟନ୍ ସୋୟାବିନ, ୧୧୯.୪୨ ଲକ୍ଷ ଟନ୍ ବାଦାମ ଉତ୍ପାଦନ ହୋଇଛି। ଏହା ବ୍ୟତୀତ ୨୦୨୪-୨୫ରେ ୪୩୪.୦୯ ଲକ୍ଷ ଟନ୍ ମକା, ୧୮୫.୯୨ ଲକ୍ଷ ଟନ୍ ଶ୍ରୀ ଅନ୍ନ, ୪୨.୪୪ ଲକ୍ଷ ଟନ୍ ମୁଗ, ୪୫୪୬ ଲକ୍ଷ ଟନ୍‌ ଆଖୁ, ୨୯୭.୨୪ ଲକ୍ଷ ବେଲ୍‌ କପା ଓ ୮୮.୦୨ ବେଲ୍ ଝୋଟ ଉତ୍ପାଦନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe