କୋଲକାତା: ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ (ସେଲ୍)ର କଞ୍ଚାମାଲ ବିଭାଗ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରେକର୍ଡ ପରିମାଣର ଲୁହାପଥର ଉତ୍ପାଦନ ହୋଇଛି। ସେଲ୍ର ଝାଡ଼ଖଣ୍ଡସ୍ଥିତ କିରିବରୁ, ମେଘାହାତୁବୁରୁ, ଗୁଆ, ଚିରିଆ ଲୁହାପଥର ଖଣି ସହିତ ଓଡ଼ିଶାର ବଲାଣି, ବରସୁଅାଁ, ତାଲଡିହ, କାଲଟା ଖଣିରୁ ଯଥାକ୍ରମେ ୫.୧୯ ନିୟୁତ ଟନ୍ ଏବଂ ୫.୧୧ ନିୟୁତ ଟନ୍ ଲୁହାପଥର ଉତ୍ପାଦନ ଓ ପ୍ରେରଣ ହୋଇଛି। ପୂର୍ବ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ତୁଳନାରେ ଏହା ଯଥାକ୍ରମେ ୧୫.୪ ପ୍ରତିଶତ ଏବଂ ୧୬.୭ ପ୍ରତିଶତ ଅଧିକ। ଜୁନ୍ରେ ଏହି ଖଣିଗୁଡ଼ିକ ମଧ୍ୟ ସର୍ବାଧିକ ୧.୮୫ ନିୟୁତ ଟନ୍ ଲୁହାପଥର ଉତ୍ପାଦନ କରିଛି। ବଲାଣି ଖଣିରୁ ଜୁନ୍ରେ ରେକର୍ଡ ୧୫୧ ରେକ୍ ଲୁହାପଥର ଲୋଡିଂ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ସେଲ୍ର କଞ୍ଚାମାଲ ବିଭାଗ ଓଡ଼ିଶା ଏବଂ ଝାଡ଼ଖଣ୍ଡରୁ ୨୪.୫୦ ନିୟୁତ ଟନ୍ ଲୁହାପଥର ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରିଛି।
ସେଲ୍ କଞ୍ଚାମାଲ ବିଭାଗ ପକ୍ଷରୁ ରେକର୍ଡ ଲୁହାପଥର ଉତ୍ପାଦନ
Advertisment
Follow Us