ଆଜିଠୁ ବଦଳିବ ରିକରିଂ ପେମେଣ୍ଟ୍‌ ନିୟମ

Advertisment
ଏଟିଏମ୍ ମେସିନରେ ଟଙ୍କା ଭର୍ତ୍ତି ନ କରି ଦେଢ଼ କୋଟିରୁ ଅଧିକ ଲୁଟିନେଲେ ଏଜେନ୍ସି କର୍ମଚାରୀ

Image Courtesy of The Indian Nation

ନୁଆଦିଲ୍ଲୀ : ଗ୍ରାହକଙ୍କ ଷ୍ଟାଣ୍ଡିଂ ଇନଷ୍ଟ୍ରକ୍ସନ ଅନୁସାରେ ରିକରିଂ ପେମେଣ୍ଟ୍‌ ପୂର୍ବଭଳି ହେବ ନାହିଁ। ଆଜି ଠାରୁ ନୂଆ ନିୟମ ଲାଗୁ ହେବ। ରିକରିଂ ପେମେଣ୍ଟ୍ ଲାଗି ଗ୍ରାହକଙ୍କୁ ୱାନ୍ ଟାଇମ୍ ପାସ୍‌ୱାର୍ଡ (ଓଟିପି) ଦେବାକୁ ପଡ଼ିବ। ସେହିପରି, ଆଜିଠାରୁ ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଏଟିଏମ୍‌ଗୁଡ଼ିକ ବନ୍ଦ ହେବ। ଅକ୍ଟୋବର ୧ରୁ ୮୦ ବର୍ଷରୁ ଅଧିକ ବୟସର ପେନ୍‌ସନ୍‌ଭୋଗୀମାନେ ମୁଖ୍ୟ ଡାକ ଘରେ ଡିଜିଟାଲ୍‌ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଆଜିଠାରୁ ଆହ୍ଲାବାଦ ବ୍ୟାଙ୍କ, ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍‌ କମର୍ସ ଓ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୁରୁଣା ଚେକ୍ ଅଚଳ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe