ଆଦାନି ଗ୍ରୁପ୍‌କୁ ବଡ ଝଟକା: ସିଏନ୍‌ଜି ଓ ପ୍ରାକୃତିକ ଗ୍ୟାସ ବିତରଣ ପାଇଁ ଲାଇସେନସ୍‌ ଆବେଦନ ଖାରଜ

Advertisment
ଅମ୍ବାନିଙ୍କ ପରେ ଅଦାନୀ, ‘ଦ େଓ୍ଵୟାର’ ବିରୋଧରେ କରିଥିବା ମାନହାନୀ ମକଦ୍ଦମା ପ୍ରତ୍ୟାହାର ନିଷ୍ପତ୍ତି

ନୂଆଦିଲ୍ଲୀ: ବିମାନ ଚଳାଚଳ କ୍ଷେତ୍ରରେ ବ୍ୟବସାୟ କରୁଥିବା ଆଦାନି ଗ୍ରୁପକୁ ବଡ଼ ଝଟକା ଲାଗିଛି। ସରକାର ରାଜସ୍ତାନର ଉଦୟପୁର ଓ ଜୟପୁରରେ ସି.ଏନ୍‌.ଜି ଓ ପ୍ରାକୃତିକ ଗ୍ୟାସ ପାଇଁ ବିତରଣ ଲାଗି କରିଥିବା ଲାଇସେନସ୍‌ ଆବେଦନ ରଦ୍ଦ କରିଦେଇଛନ୍ତି । ସୂଚନା ଅନୁସାରେ କମ୍ପାନି ଲାଇସେନସ୍‌ ପାଇବା ପାଇଁ ଜରୁରୀ ନିୟମାବଳି ପାଳନ କର ନଥିଲା ତେଣୁ ଲାଇସେନ୍ସ ଆବେଦନ ରଦ୍ଦ କରାଗଲା। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ କି ନିକଟରେ ଆଦାନି ଗ୍ରୁପକୁ ୫୦ ବର୍ଷ ପାଇଁ ୬ଟି ବିମାନ ବନ୍ଦରକୁ ସି.ଏନ୍‌.ଜି ଓ ପ୍ରାକୃତିକ ଗ୍ୟାସ ଯୋଗାଣର ଠିକା ମିଳିଥିଲା ।

ଆଦାନି ଗ୍ରୁପ୍‌ ଏହି ଆବେଦନରେ ସିଏନ୍‌ଜି ଗ୍ୟାସ୍‌ ବିକ୍ରି ଓ ଘରୋଇ ପାଇପ୍‌ ଜରିଆରେ ପ୍ରକୃତିକ ଗ୍ୟାସ୍‌ ପ୍ରଦାନ କରିବା ପାଇଁ ଆବେଦନ କରିଥିଲା । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ରେଗୁଲେଟୋରି ବୋର୍ଡ (ପିଏନ୍‌ଜିଆରବି) ଆଦାନିର ଏହି ଆବେଦନକୁ ଖାରଜ କରିଦେଇଛନ୍ତି । କମ୍ପାନି ଲାଇସେନସ୍‌ ପାଇଁ ଦରକାର ଥିବା ନିୟମାବଳିକୁ ପୂରଣ କରି ନଥିବାରୁ ଲାଇସେନସ୍‌କୁ ଖାରଜ କରାଯାଉଛି ।

ବୋର୍ଡଙ୍କ କହିବା ଅନୁସାରେ କମ୍ପାନି ସର୍ବନିମ୍ନ ନିୟମାବଳୀ ପୂରଣ କରିଛି ସତ କିନ୍ତୁ ସର୍ତ୍ତ ଅନୁସାରେ ନିବେଶ ରାଶି ଜମା ଓ ଦୁଇ ସହର (ଜୟପୁର ଓ ଉଦୟପୁର)ରେ ଗ୍ୟାସ ବିତରଣ (ସିଡିଜି)କୁ ବିସ୍ତାର କରିବାରେ ସକ୍ଷମ ହୋଇପାରି ନାହିଁ । ଏଥି ପାଇଁ ଆଦାନି ଗ୍ରୁପର ଲାଇସେନସ୍‌ ଆବେଦନକୁ ଖାରଜ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe