ରିଲାଏନ୍ସ ଦେଶର ସର୍ବବୃହତ୍ କମ୍ପାନି

Advertisment
ରିଲାଏନ୍ସର ରେକର୍ଡ ଲାଭ, ପୁଞ୍ଜି ପରିମାଣ ୯ ଲକ୍ଷ କୋଟି ଟଙ୍କା ଅତିକ୍ରମ

ନୂଆଦିଲ୍ଲୀ: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଦେଶର ସର୍ବବୃହତ୍ କମ୍ପାନିରେ ପରିଣତ ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ୬.୨୩ ଲକ୍ଷ କୋଟିର ରାଜସ୍ବ ସଂଗ୍ରହ କରି ଏ କ୍ଷେତ୍ରରେ ପ୍ରଥମ ସ୍ଥାନ ହାସଲ କରିଛି। ତେବେ ଆଇଓସିଏଲ୍‌ର ମୋଟ ରାଜସ୍ବ ଏହି ସମୟରେ ୬.୧୭ ଲକ୍ଷ କୋଟି ଟଙ୍କା ରହିଛି। କେବଳ ରାଜସ୍ବ ସଂଗ୍ରହ ନୁହେଁ, ଲାଭ କ୍ଷେତ୍ରରେ ମଧ୍ୟ ଆଇଓସିଏଲ୍‌ଠାରୁ ରିଲାଏନ୍ସ ଆଗରେ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଏକ ଦଶନ୍ଧି ପୂର୍ବେ ମୁକେଶଙ୍କ ରିଲାଏନ୍ସ ବ୍ୟବସାୟ ଦୃଷ୍ଟିରୁ ଆଇଓସିଏଲ ତୁଳନାରେ ପ୍ରାୟ ଅଧାଅଧି ଥିଲା। କିନ୍ତୁ ରିଲାଏନ୍ସ ବ୍ୟବସାୟକୁ ବିଭିନ୍ନ କ୍ଷେତ୍ରକୁ ପ୍ରସାରିତ କରିବା ଫଳରେ ଏହାର ଆକାର ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe