ସାମାନ୍ୟ ତ୍ରୁଟି ପାଇଁ ବ୍ୟାଙ୍କରେ ନାକଚ ହେଉଛି ଦରଖାସ୍ତ, ଅସନ୍ତୋଷ ଜଣାଇଲେ ସରକାର

Advertisment

୬୭ ଦରଖାସ୍ତ ଖାରଜ, ୫୫ଟି ବ୍ୟାଙ୍କରେ ପଡ଼ିରହିଛି

୬୭ ଦରଖାସ୍ତ ଖାରଜ, ୫୫ଟି ବ୍ୟାଙ୍କରେ ପଡ଼ିରହିଛି

ସାମାନ୍ୟ ତ୍ରୁଟି ପାଇଁ ବ୍ୟାଙ୍କରେ ନାକଚ ହେଉଛି ଦରଖାସ୍ତ, ଅସନ୍ତୋଷ ଜଣାଇଲେ ସରକାର

ଭୁବନେଶ୍ବର : ବ୍ୟାଙ୍କମାନଙ୍କୁ ନେଇ ରାଜ୍ୟ ଏମ୍ଏସ୍‌ଏମ୍ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ପିଏମ୍‌ଇଜିପି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ସାମାନ୍ୟ ତ୍ରୁଟି ପାଇଁ ଆବେଦନକୁ ବ୍ୟାଙ୍କଗୁଡ଼ିକ ନାକଚ କରୁଥିବାରୁ ସେ ଅସନ୍ତୋଷ ଜାହିର କରିଛନ୍ତି। ଆଜିର ବୈଠକରେ ରାଜ୍ୟରେ ବ୍ୟବସାୟ କରୁଥିବା ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ବ୍ୟାଙ୍କଗୁଡ଼ିକ ଉପସ୍ଥାପନ କରିଥିବା ତଥ୍ୟରୁ ଜଣାପଡ଼ିଛି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୧୪.୭% ଲକ୍ଷ୍ୟ ହାସଲ କରି ଓଡ଼ିଶା ପିଏମ୍‌ଇଜିପି କାର୍ଯ୍ୟକ୍ରମରେ ତୃତୀୟ ସ୍ଥାନରେ ଥିଲା। ଚଳିତ ବର୍ଷର ପ୍ରଦର୍ଶନ କିନ୍ତୁ ଏତେଟା ଭଲ ନାହିଁ। ଓଡ଼ିଶା ବହୁ ପଛରେ ରହିଛି। ପିଏମ୍‌ଇଜିପି ପ୍ରତି ତତ୍ପରତା ପ୍ରକାଶ କରିବାକୁ ଶ୍ରୀ ସାହୁ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ନିଜ ଉଦ୍ୟମରେ ‌ଅନେକ ବାଟ ଅତିକ୍ରମ କରିଥିବା ଷ୍ଟାର୍ଟଅପ୍ ସଂସ୍ଥା ଯଥା ବାରିଫ୍ଲୋ ଲାବ୍, ଗ୍ରୋଜିପ୍, ଆଭେଟି ଲର୍ଣ୍ଣିଂ, ହସ୍ତିକା ଓ ଏନ୍‌ଏମ୍ ମ୍ୟାନେଜମେଣ୍ଟ୍ ସର୍ଭିସେସ୍‌କୁ ଋଣ ସହାୟତା ପ୍ରଦାନ କରିବା ଲାଗି ବୈଠକରେ ଆଲୋଚନା ହୋଇଥିଲା। ହସ୍ତିକାକୁ ୟୁକୋ ବ୍ୟାଙ୍କ ଓ ଗ୍ରୋଜିପ୍‌କୁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଋଣ ପ୍ରଦାନ କରିବେ ବୋଲି ବୈଠକରେ ଘୋଷଣା କରିଛନ୍ତି। ଏନ୍ଏମ୍ ମ୍ୟାନେଜମେଣ୍ଟ୍ ସର୍ଭିସ୍‌ର ପ୍ରସ୍ତାବକୁ ବିଚାର କରାଯିବ ବୋଲି ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପିଏମ୍ଏଫ୍‌ଏମ୍‌ଇ ବିଷୟରେ ଉଦ୍ୟୋଗୀମାନେ ଭଲ ଭାବେ ଅବଗତ ନଥିବାରୁ ଏଦିଗରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବା ଲାଗି ବୈଠକରେ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲା। ଜିଲ୍ଲା ସ୍ତରରୁ ଯାଞ୍ଚ ପ୍ରକ୍ରିୟା ଦେଇ ରାଜ୍ୟ ସ୍ତରରେ ପହଞ୍ଚୁଥିବା ଦରଖାସ୍ତଗୁଡ଼ିକୁ କେତେକ ମାମୁଲି ତ୍ରୁଟି ଯୋଗୁଁ ନାକଚ୍ କରାଯାଉଥିବାରୁ ଏମ୍ଏସ୍‌ଏମ୍ଇ ସଚିବ ଶ୍ରୀ ସାହୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏକ୍ଷେତ୍ରରେ ବ୍ୟବସ୍ଥା ସୁଧାରିବା ଲାଗି ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ଏଭଳି ୬୭ଟି ଆବେଦନ ନାକଚ୍ ହୋଇଥିବା ବେଳେ ୫୫ଟି ଦରଖାସ୍ତ ବ୍ୟାଙ୍କଗୁଡ଼ିକ ନିକଟରେ ପଡ଼ି ରହିଥିବା ଜଣାପଡ଼ିଛି। କୋଭିଡ୍ ମହାମାରୀ ଜନିତ କଟକଣା ଯୋଗୁଁ ଯାତ୍ରା ନାଟକ କରିବା ସମ୍ଭବ ହେଉନଥିବାରୁ କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଅନେକ ଯାତ୍ରା କଳାକାର ବିଭିନ୍ନ ଛୋଟ ମୋଟ ବ୍ୟବସାୟ କରୁଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ବ୍ୟାଙ୍କ ଓ ଷ୍ଟାର୍ଟଅପ୍‌କୁ ନେଇ ପୁଣି ଥରେ ଏକ ବୈଠକ ଆୟୋଜନ କରାଯିବ ବୋଲି ଶ୍ରୀ ସାହୁ ପ୍ରସ୍ତାବ ରଖିଛନ୍ତି। ଆଜିର ବୈଠକରେ ୨୫ଟି ବ୍ୟାଙ୍କର ପ୍ରତିନିଧି, ଶିଳ୍ପ ନିର୍ଦେଶକ ସିଦ୍ଦିକ ଆଲାମ୍ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe