ଜଷ୍ଟ୍‌ ଡାଏଲ୍‌କୁ ୩,୪୯୭ କୋଟିରେ କିଣିଲା ରିଲାଏନ୍ସ

ଜଷ୍ଟ୍‌ ଡାଏଲ୍‌କୁ ୩,୪୯୭ କୋଟିରେ କିଣିଲା ରିଲାଏନ୍ସ

The Week

ମୁମ୍ବାଇ : ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ରିଟେଲ୍‌ ପକ୍ଷରୁ ଜଷ୍ଟ୍‌ ଡାଏଲ୍‌ର ସିଂହ ଭାଗ ଅଂଶଧନକୁ ୩୪୯୭ କୋଟି ଟଙ୍କାରେ କିଣାଯାଇଛି। ଜଷ୍ଟ୍‌ ଡାଏଲ୍‌ର ୪୦.୯୫% ଅଂଶଧନକୁ ଏହା ହାସଲ କରିଛି। ପରବର୍ତ୍ତୀ ସମୟରେ ଏହା ଆଉ ୨୬% ଅଂଶଧନ କିଣିବା ଲାଗି କଂପାନି ଓପନ୍‌ ଅଫର ଦେବ। ଏହି ଅଧିଗ୍ରହଣ ପରେ ମଧ୍ୟ ଜଷ୍ଟ୍‌ ଡାଏଲ୍‌ର ପ୍ରତିଷ୍ଠାତା ଭିଏସ୍‌ଏସ୍‌ ମନି କଂପାନିର ଏମ୍‌ଡି ଓ ସିଇଓ ଭାବେ କାର୍ଯ୍ୟ ଜାରି ରଖିବେ।

ଅଧିଗ୍ରହଣ ସମ୍ପର୍କରେ ରିଲାଏନ୍ସ ରିଟେଲ୍‌ର ନିର୍ଦେଶିକା ଇଶା ଅମ୍ବାନି କହିଛନ୍ତି ଯେ ଜଷ୍ଟ୍‌ ଡାଏଲ୍‌ ଜରିଆରେ ଆମେ ଆମର ନିୟୁତାଧିକ କ୍ଷୁଦ୍ର ବ୍ୟବସାୟୀ ଓ ଏମ୍ଏସ୍‌ଏମ୍‌ଇ ସଂସ୍ଥାଗୁଡ଼ିକ ଲାଗି ଡିଜିଟାଲ୍ ପରିବେଶକୁ ଆହୁରି ଦୃଢ଼ କରିପାରିବୁ। ଜଷ୍ଟ୍‌ ଡାଏଲ୍‌ର ଅଭିଜ୍ଞ ଟିମ୍‌ ସହ କାର୍ଯ୍ୟ କରିବାକୁ ଆମେ ଚାହିରହିଛୁ। ସେହିପରି, ଜଷ୍ଟ୍‌ ଡାଏଲ୍‌ର ପ୍ରତିଷ୍ଠାତା ଶ୍ରୀ ମନି କହିଛନ୍ତି ଯେ ୨୫ ବର୍ଷ ପୂର୍ବେ ଏକ ଲକ୍ଷ୍ୟ ନେଇ ଆମେ ଏହି କଂପାନି ଆରମ୍ଭ କରିଥିଲୁ। ରିଲାଏନ୍ସ ସହ ଏହି ସହଭାଗିତା ଜରିଆରେ ଆମେ ସେହି ଲକ୍ଷ୍ୟକୁ ପୂରଣ କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe