ରିଲାଏନ୍ସ ଗଢ଼ିଲା ଏଆଇ କମ୍ପାନି

ସାରା ବିଶ୍ବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ପ୍ରତିଦ୍ବନ୍ଦ୍ବିତା ଚାଲିଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେହି ଦୌଡ଼ରେ ସାମିଲ ହୋଇଛି। ଏହା ନୂଆ ଏଆଇ କମ୍ପାନି ‘ରିଲାଏନ୍ସ ଇଣ୍ଟେଲିଜେନ୍ସ’ ଗଠନ କରିଥିବା ନେଇ କମ୍ପାନି ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି।

New Project (2)

ମୁମ୍ବାଇ: ସାରା ବିଶ୍ବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ପ୍ରତିଦ୍ବନ୍ଦ୍ବିତା ଚାଲିଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେହି ଦୌଡ଼ରେ ସାମିଲ ହୋଇଛି। ଏହା ନୂଆ ଏଆଇ କମ୍ପାନି ‘ରିଲାଏନ୍ସ ଇଣ୍ଟେଲିଜେନ୍ସ’ ଗଠନ କରିଥିବା ନେଇ କମ୍ପାନି ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି। ରିଲାଏନ୍ସ ଇଣ୍ଟେଲିଜେନ୍ସ ଗୁଜରାଟର ଜାମନଗରରେ ଗିଗାୱାଟ୍ ଭଳି ବ୍ୟାପକ ଓ ଏଆଇ ଆଧାରିତ ଡାଟା ସେଣ୍ଟର ନିର୍ମାଣ କରିବ ଯାହା ସବୁଜ ଶକ୍ତି ଦ୍ୱାରା ପରିଚାଳିତ ହେବ। କମ୍ପାନି ମେଟା ଏବଂ ଗୁଗଲ୍‌ ସହିତ ମଧ୍ୟ ସହଭାଗିତା କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ସାଧାରଣ ବୈଠକକୁ ମେଟା ପ୍ରତିଷ୍ଠାତା ମାର୍କ ଜକରବର୍ଗ ଏବଂ ଆଲ୍‌ଫାବେଟ୍‌ ସିଇଓ ସୁନ୍ଦର ପିଚାଇ ସମ୍ବୋଧିତ କରିଥିଲେ। 

ରିଲାଏନ୍ସ ଇଣ୍ଟେଲିଜେନ୍ସ ଗ୍ରାହକ, ଛୋଟ ବ୍ୟବସାୟ ଏବଂ ଉଦ୍ୟୋଗଗୁଡିକ ପାଇଁ ବିଶ୍ୱସ୍ତ, ବ୍ୟବହାର କରିବାକୁ ସହଜ ଏଆଇ ସେବା ଏବଂ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ କୃଷି ଭଳି ଜାତୀୟ ଗୁରୁତ୍ୱ ବହନ କରୁଥିବା କ୍ଷେତ୍ର ପାଇଁ ସହଜଲବ୍ଧ ସମାଧାନ ପ୍ରଦାନ କରିବ ବୋଲି ଅମ୍ବାନୀ କହିଛନ୍ତି। ଏହି ଅବସରରେ ଶ୍ରୀ ଅମ୍ବାନୀ କହିଛନ୍ତି ଯେ ଜିଓର ଗ୍ରାହକ ସଂଖ୍ୟା ୫୦ କୋଟିରୁ ଅଧିକ ହୋଇଛି। ଜିଓ ୫ଜି ବ୍ୟବହାରକାରୀଙ୍କ ସଂଖ୍ୟା ୨୨ କୋଟିରୁ ଅଧିକ।  ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ଜିଓର ଆଇପିଓ ଆସିବ ବୋଲି ସେ ସୂଚନା ଦେଇଛନ୍ତି। ସେ ଏହା ମଧ୍ୟ ଜଣାଇଛନ୍ତି ଯେ ଜାମନଗରର ଗିଗା ଏନର୍ଜି କମ୍ପ୍ଲେକ୍ସ ଟେସ୍‌ଲାର ଗିଗା ଫ୍ୟାକ୍ଟ୍ରିଠାରୁ ଚାରି ଗୁଣ ବଡ଼। ରିଲାଏନ୍ସର ସୌର ଶକ୍ତି ପ୍ରକଳ୍ପ ସିଙ୍ଗାପୁରଠାରୁ ତିନି ଗୁଣା ବଡ଼।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe