ଭୁବନେଶ୍ବର: ଦେଶର ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ରିଟେଲ୍ ଶୃଙ୍ଖଳା ରିଲାଏନ୍ସ ଡିଜିଟାଲ୍ ପକ୍ଷରୁ ୩୦ ମିନିଟ୍ରେ ସାମସଙ୍ଗ ଗାଲାକ୍ସି ଏସ୍୨୫ ସିରିଜ୍ ଫୋନ୍ ଡେଲିଭରି କରାଯାଉଛି। ଫେବ୍ରୁଆରି ୪ ତାରିଖରୁ ଏହି ସୁବିଧା ଆରମ୍ଭ ହୋଇଛି। କମ୍ପାନିର ୱେବସାଇଟ୍ରେ ଯେଉଁମାନେ ଏହି ଫୋନ୍ ବରାଦ ଦେଇଛନ୍ତି, ସେମାନେ ସେହି ଦିନ ଡେଲିଭରି ପାଇପାରିବେ।
କମ୍ପାନି ସାରା ଭାରତରେ ଥିବା ଏହାର ୬୫୦ରୁ ଅଧିକ ଷ୍ଟୋର୍ ଜରିଆରେ ଗ୍ରାହକଙ୍କ ନିକଟରେ ଫୋନ୍ ପହଞ୍ଚାଇବ। ତେଣୁ ସାମସଙ୍ଗ୍ର ଏହି ଚମତ୍କାର ଫୋନ୍ର ଅନୁଭବ ହାସଲ କରିବା ଲାଗି ଗ୍ରାହକମାନଙ୍କୁ ଆଉ ପ୍ରତୀକ୍ଷା କରିବାକୁ ପଡ଼ିବ ନାହିଁ। କମ୍ପାନିର ଗଭୀର ଓମ୍ନି ଚ୍ୟାନେଲ୍ ଉପସ୍ଥିତି ପାଇଁ ଏହା ଦୂରଦୂରାନ୍ତ ସ୍ଥାନରେ ଫୋନ୍ ପହଞ୍ଚାଇପାରୁଛି। ଦେଶର କିଛି ନିର୍ଦ୍ଦିଷ୍ଟ ସହରର ଗ୍ରାହକମାନେ ୱେବସାଇଟ୍ରେ 'ଫାଷ୍ଟେଟ୍ ଡେଲିଭରି' ବିକଳ୍ପ ଚୟନ କରି ଏହି ସେବା ପାଇପାରିବେ। ସେମାନଙ୍କ ପାଖରେ ୩୦ ମିନିଟ୍ରେ ଫୋନ୍ ପହଞ୍ଚିଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
Follow Us