ମୁମ୍ବାଇ: ରିଲାଏନ୍ସ ଡିଜିଟାଲ୍ ପକ୍ଷରୁ ଡିଜିଟାଲ ଇଣ୍ଡିଆ ସେଲ୍ ଆରମ୍ଭ କରାଯାଇଛି ଯାହା ଚଳିତ ମାସ ୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗ୍ରାହକମାନେ ସପିଂ ବେଳେ ୨୬ ହଜାର ଟଙ୍କା ତତ୍କାଳ ବ୍ୟାଙ୍କ ରିହାତି, କଞ୍ଜ୍ୟୁମର ଡ୍ୟୁରେବଲଲ୍ଋଣ ଉପରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଓ ୟୁପିଆଇ ପେମେଣ୍ଟ୍ରେ ୫ ପ୍ରତିଶତ ଅସୀମିତ ରିହାତି ପାଇପାରିବେ। ଏହି ସେଲ୍ ରିଲାଏନ୍ସ ଡିଜିଟାଲ, ମାଇଁଜିଓ ଷ୍ଟୋର୍ ଓ ରିଲାଏନ୍ସ ଡିଜିଟାଲର ଅନଲାଇନ୍ ପ୍ଲାଟଫର୍ମରେ ଉପଲବ୍ଧ ହୋଇଛି।
ଡିଜିଟାଲ ଇଣ୍ଡିଆ ସେଲ୍ରେ ଗ୍ରାହକମାନେ ଲୋକପ୍ରିୟ ଆଇଫୋନ୍ ମଡେଲ୍ର ଏମ୍ଆର୍ପି ଉପରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଏବଂ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ବ୍ୟାଙ୍କ ରିହାତି ଓ ଏକ୍ସଚେଞ୍ଜ ଅଫର ପାଇପାରିବେ। ଆଇଫୋନ ୧୫ର ୧୨୮ ଜିବି ମଡେଲ୍ ଦାମ୍ ୪୯,୯୯୦ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଇଏମ୍ଆଇ ୨୮୮୮ ଟଙ୍କାରୁ ଆରମ୍ଭ ହୋଇଛି। ଆଇଫୋନ୍ ୧୬ର ୧୨୮ ଜିବି ମଡେଲ୍ ଦାମ୍ ୫୭,୯୯୦ ଟଙ୍କାରୁ ଓ ଇଏମ୍ଆଇ ୩୩୮୮ ଟଙ୍କାରୁ ଆରମ୍ଭ ହୋଇଛି। ଆଇଫୋନ୍ ୧୭ର ୨୫୬ ଜିବି ମଡେଲ୍ ଦାମ୍ ୭୮,୯୦୦ ଟଙ୍କାରୁ ଓ ଇଏମ୍ଆଇ ୩୪୫୪ ଟଙ୍କାରୁ ଆରମ୍ଭ ହୋଇଛି। ଆଇଫୋନ୍ ୧୭ ପ୍ରୋ ୨୫୬ ଜିବି ଦାମ୍ ୧,୩୦,୯୯୦ ଟଙ୍କାରୁ ଓ ଇଏମ୍ଆଇ ୧୧,୨୪୨ ଟଙ୍କାରୁ ଆରମ୍ଭ ହୋଇଛି। ମ୍ୟାକ୍ବୁକ୍ ଏୟାର ଏମ୍୨ ଦାମ୍ ୬୪,୯୯୦ ଟଙ୍କା ରହିଛି।
୬୫ ଇଞ୍ଚର ଟିଭି ୪୪,୯୯୦ ଟଙ୍କା
ଗ୍ରାହକମାନେ ୬୫ ଇଞ୍ଚର ତୋସିବା ଓଏଲଇଡି ଟିଭିକୁ ୪୪,୯୯୦ ଟଙ୍କାରେ କିଣିପାରିବେ। ତାହା ଉପରେ ୨ ବର୍ଷର ୱାରେଣ୍ଟି ରହିଛି। ଚ୍ୟାନେଲ ସାଉଣ୍ଡବାର ଦାମ୍ ୧୪,୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ୫୦୦୦ ଟଙ୍କାର ହୋମ୍ ଓ କିଚେନ୍ ଆପ୍ଲାଏନ୍ସେସ୍ କିଣିଲେ ୭୯୯୦ ଟଙ୍କାର ନିଶ୍ଚିତ ମାଗଣା ଉପହାର ମିଳିବ। କେତେକ ନିର୍ଦ୍ଦିଷ୍ଟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ରହିଛି। ରେଫ୍ରିଜରେଟର ଦାମ୍ ୭୯୯୯ ଟଙ୍କା, ଡବଲ୍ ଡୋର୍ ରେଫ୍ରିଜରେଟର ଦାମ୍ ୧୯,୯୯୦ ଟଙ୍କା, ସାଇଡ୍ ବାଏ ସାଇଡ୍ ରେଫ୍ରିଜରେଟର ଦାମ୍ ୩୯,୯୯୦ ଟଙ୍କାରୁ ଆରମ୍ଭ ହୋଇଛି। କେତେକ ରେଫ୍ରିଜରେଟର ମଡେଲ୍ କିଣିଲେ ୯ ଟଙ୍କାରେ ଆଇରନ, ୪୯ ଟଙ୍କାରେ ବୋଟ୍ ସାଉଣ୍ଡ୍ ବାର୍ ଓ ୯୯ ଟଙ୍କାରେ ହାଭେଲ୍ସ ଏୟାର ଫ୍ରାୟର ମିଳିବ। ୩୭,୪୯୦ ଟଙ୍କାରୁ ୧୦ କେଜି ଏଆଇ ଫ୍ରଣ୍ଟ ଲୋଡ୍ ୱାସିଂ ମେସିନ ଦାମ୍ ଆରମ୍ଭ ହୋଇଛି ଓ ତାହା ଉପରେ ୫୦୦୦ ଟଙ୍କାର ନିଶ୍ଚିତ ଉପହାର ମିଳିବ। ବିପିଏଲ ଡାଇରେକ୍ଟ ସ୍ପିକ୍ ୩ ଷ୍ଟାର୍ ଏସି ଦାମ୍ ୩୨,୯୯୦ ଟଙ୍କା ରହିଛି।
Follow Us