ମୁମ୍ବାଇ: ଅନିଲ ଅମ୍ବାନିଙ୍କ ବ୍ୟାବସାୟିକ ସାମ୍ରାଜ୍ୟ ଉପରେ ଆଉ ଏକ ଧକ୍କା ଲାଗିଛି। ତାଙ୍କ ଦ୍ବାରା ପ୍ରତିଷ୍ଠିତ କମ୍ପାନି ରିଲାଏନ୍ସ ହେଲ୍ଥ ଇନ୍ସୁରାନ୍ସ କମ୍ପାନି ଲିମିଟେଡ ଆଉ ସ୍ବାସ୍ଥ୍ୟ ବୀମା ପଲିସି ବିକ୍ରି କରି ପାରିବ ନାହିଁ। ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) କମ୍ପାନି ଉପରେ ଏଭଳି କଠୋର କଟକଣା ଲଗାଇ ଦେଇଛି। କମ୍ପାନି କେବଳ ପୂର୍ବରୁ ପଲିସି ନେଇଥିବା ବ୍ୟକ୍ତିଙ୍କୁ ସେବା ଯୋଗାଇ ଦେବ। ରିଲାଏନ୍ସ ହେଲ୍ଥ ଇନସ୍ୟୁରାନ୍ସ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କମ୍ପାନିର ରିଜର୍ଭ ଫଣ୍ଡ୍ ବା ସଲଭେନସି ମାର୍ଜିନ ଫଣ୍ଡ୍ ହ୍ରାସ ପାଇ ଚିନ୍ତାଜନକ ସ୍ତରରେ ରହିଛି।
ନୂଆ ପଲିସି ବିକି ପାରିବନି ରିଲାଏନ୍ସ ହେଲ୍ଥ ଇନ୍ସ୍ୟୁରାନ୍ସ
Advertisment
Follow Us