ଆଗକୁ ବଢ଼ିବ ରିଲାଏନ୍ସ-ଫ୍ୟୁଚର ବୁଝାମଣା: ଏନ୍‌ସିଏଲ୍‌ଟି ଦେଲେ ଅନୁମତି

Advertisment
ଆଗକୁ ବଢ଼ିବ ରିଲାଏନ୍ସ-ଫ୍ୟୁଚର ବୁଝାମଣା: ଏନ୍‌ସିଏଲ୍‌ଟି ଦେଲେ ଅନୁମତି

Deccan Herald

ନୂଆଦିଲ୍ଲୀ: ବିଗ୍ ବଜାର ଭଳି ଷ୍ଟୋର୍‌ର ମାଲିକାନା ରଖିଥିବା ସଂସ୍ଥା ଫ୍ୟୁଚର୍‌ ଗ୍ରୁପ୍‌ର ରିଟେଲ୍‌ ବ୍ୟବସାୟକୁ ୨୪,୭୦୦ କୋଟି ଟଙ୍କାରେ କିଣିବା ଲାଗି ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ରିଟେଲ୍‌ ବୁଝାମଣା କରିଥିଲା। ମାତ୍ର ଆମାଜନ୍ ପକ୍ଷରୁ ଫ୍ୟୁଚର୍‌ ଗ୍ରୁପ୍‌ର ସେହି ବୁଝାମଣା ବିରୋଧରେ କୋର୍ଟରେ ଆବେଦନ କରାଯିବାରୁ ‌ତାହା ଆଗକୁ ବଢ଼ିପାରିନଥିଲା। ମାମଲା ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ରେ ପହଞ୍ଚିଛି। ଏହି ବୁଝାମଣା ଲାଗି ନିବେଶକମାନଙ୍କ ଅନୁମୋଦନ ଲୋଡ଼ିବା ଲାଗି ଏକ ବୈଠକ ଆୟୋଜନ କରିବାକୁ ରିଲାଏନ୍ସ ରିଟେଲ୍‌ର ଅଂଶଧନକାରୀ ଓ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଏନ୍‌ସିଏଲ୍‌ଟିକୁ ଅନୁମତି ମାଗିଥିଲେ। କଂପାନିକୁ ସେହି ଅନୁମତି ମିଳିଯାଇଛି। ସୁଚିତ୍ରା କାନୁପାର୍ଥିଙ୍କ ନେତୃତ୍ବାଧୀନ ଏନ୍‌ସିଏଲ୍‌ଟିର ମୁମ୍ବାଇ ଖଣ୍ଡପୀଠ ରିଲାଏନ୍ସ ରିଟେଲ୍‌ର ଆବେଦନକୁ ଗ୍ରହଣ କରିବା ସହ ଅଂଶଧନକାରୀ ବୈଠକ ଡକାଇବା ଲାଗି ଅନୁମତି ଦେଇଛନ୍ତି।

ରିଲାଏନ୍ସ ସହ ହୋଇଥିବା ବୁଝାମଣାକୁ ମଞ୍ଜୁରି ଦେବା ଲାଗି ଅଂଶଧନକାରୀମାନଙ୍କ ଏକ ବୈଠକ ଡକାଇବାକୁ ଫ୍ୟୁଚର୍‌ ଗ୍ରୁପ୍‌ ମଧ୍ୟ ଅତୀତରେ ଅନୁମତି ଲୋଡ଼ିଥିଲା। ଏନ୍‌ସିଏଲ୍‌ଟି ସେହି ଅନୁମତି ଦେଇଥିଲେ। ଯଦିଓ କୋର୍ଟ ବିବାହରେ ଏହି ଗୁରୁତ୍ବପୂର୍ଣ୍ଣ ବୁଝାମଣା ଫସି ରହିଛି, କିନ୍ତୁ ଏହାକୁ ସମ୍ପାଦନ କରିବା ଲାଗି ଉଭୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଫ୍ୟୁଚର୍‌ ଗ୍ରୁପ୍ ଅଧିକ ସମୟ ଦେବାକୁ ରାଜି ହୋଇଛନ୍ତି। ୨୦୨୨ ମାର୍ଚ୍ଚ ମଧ୍ୟରେ ଅଧିଗ୍ରହଣ ପ୍ରକ୍ରିୟା ଶେଷ କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe