ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିଟ୍‌ ଲାଭ ୯୫୬୭ କୋଟି

ସିଣ୍ଟେକ୍ସ ଇଣ୍ଡଷ୍ଟ୍ରିଜ୍‌କୁ କିଣିବେ ମୁକେଶ

Naidunia

ମୁମ୍ବାଇ: ମୁକେଶ ଅମ୍ବାନିଙ୍କ ନେତୃତ୍ବରେ ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ନିଟ୍ ଲାଭ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ୯୫୬୭ କୋଟି ଟଙ୍କା ରହିଛି। ଗତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ତୁଳନାରେ କମ୍ପାନିର ନିଟ୍‌ ଲାଭ ୧୫.୧ ପ୍ରତିଶତ ହ୍ରାସ ପାଇଛି। ସେହିଭଳି କମ୍ପାନି ନିଟ୍ ରାଜସ୍ବ ମଧ୍ୟ ଆଲୋଚ୍ୟ ତ୍ରୟମାସରେ ୨୫.୭ ପ୍ରତିଶତ ହ୍ରାସ ଘଟି ୧.୧୧ ଲକ୍ଷ କୋଟି ଟଙ୍କା ରହିଛି। ରିଫାଇନିଂ, ପେଟ୍ରୋକେମିକାଲ ଓ ରିଟେଲ ବ୍ୟବସାୟ କରୋନା ପାଇଁ ପ୍ରଭାବିତ ହେବା ଯୋଗୁ କମ୍ପାନିର ଲାଭ ଓ ରାଜସ୍ବରେ ଏହି ହ୍ରାସ ଘଟିଛି। ତେବେ ରିଲାଏନ୍ସ ଜିଓର ନିଟ ଲାଭ ଚଳିତ ଆର୍ଥିକ ବର୍ଷ ଦ୍ବିତୀୟ ତ୍ରୟମାସ ତୁଳନାରେ ୩ ଗୁଣ ବୃଦ୍ଧି ଘଟି ୨୮୪୪ କୋଟି ଟଙ୍କାରେ ପହଞ୍ଚିଛି। ସେହିଭଳି ଜିଓର ରାଜସ୍ବ ୩୪.୪ ପ୍ରତିଶତ ବୃଦ୍ଧି ଘଟି ୧୭,୬୭୮ କୋଟି ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe