ରିଲାଏନ୍ସ ବିଶ୍ବର ୪୮ତମ ମୂଲ୍ୟବାନ କଂପାନି

ରିଲାଏନ୍ସ ସବୁଠୁ ମୂଲ୍ୟବାନ ଘରୋଇ କମ୍ପାନି

Prabhat Khabar

ମୁମ୍ବାଇ: ବିଶ୍ବର ୫୦ ଶ୍ରେଷ୍ଠ ମୂଲ୍ୟବାନ କଂପାନି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପ୍ରବେଶ କରିଛି। ଷ୍ଟକ ବଜାରରେ ରିଲାଏନ୍ସର ସେୟାର ମୂଲ୍ୟ ୨୦୦୦ ଟଙ୍କାରୁ ଅଧିକ ହୋଇଥିବାରୁ ପୁଞ୍ଜି ବଜାରରେ ଏହାର ମୂଲ୍ୟ ୧୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ଏଭଳି ସଫଳତା ହାସଲ କରିବାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ହେଉଛି ଦେଶର ପ୍ରଥମ କଂପାନି। ଆଜି ପର୍ଯ୍ୟନ୍ତ ଭାରତର କୌଣସି ସଂସ୍ଥାର ପୁଞ୍ଜି ବଜାର ମୂଲ୍ୟ ୧୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇନାହିଁ।

ଏହି ସଫଳତା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ବିଶ୍ବର ୪୮ତମ ମୂଲ୍ୟବାନ କଂପାନି ଭାବେ ଉଭା ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଏବେ ଚେଭରନ୍, ଓରାକଲ୍‌, ୟୁନିଲିଭର, ବ୍ୟାଙ୍କ ଅଫ୍‌ ଚାଇନା, ବିଏଚ୍‌ପି ଗ୍ରୁପ୍, ରୟାଲ୍ ଡଚ୍‌ ସେଲ୍‌ ଓ ସଫ୍‌ଟବ୍ୟାଙ୍କ ଗ୍ରୁପ୍‌ ଠାରୁ ବଡ଼ କଂପାନି ହୋଇପାରିଛି। ବିଶ୍ବର ସବୁଠୁ ମୂଲ୍ୟବାନ କଂପାନି ତାଲିକାରେ ସାଉଦି ଆରାମ୍‌କୋ ପ୍ରଥମ ସ୍ଥାନରେ ଥିବା ବେଳେ ଏହା ପଛକୁ ଆପଲ୍‌, ମାଇକ୍ରୋସଫ୍‌ଟ, ଆମାଜନ୍ ଓ ଗୁଗୁଲ୍ ରହିଛି। ଉଲ୍ଲେଖଯୋଗ୍ୟ, ରିଲାଏନ୍ସର ମୁଖ୍ୟ ମୁକେଶ ଅମ୍ବାନି ବିଶ୍ବର ପଞ୍ଚମ ବଡ଼ ଧନୀ ଭାବେ ମଧ୍ୟ ଉଭା ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe