ରିଲାଏନ୍ସ ଜୁଏଲ୍‌ସର ନୂଆ ଗହଣା ସମ୍ଭାର

Advertisment
ରିଲାଏନ୍ସ ଜୁଏଲ୍‌ସର ନୂଆ ଗହଣା ସମ୍ଭାର

ଭୁବନେଶ୍ବର : ରିଲାଏନ୍ସ ଜୁଏଲ୍‌ସ ପକ୍ଷରୁ ମକର ସଂକ୍ରାନ୍ତୀ ଉପଲକ୍ଷେ ନୂଆ ଗହଣା ସମ୍ଭାରକୁ ଉନ୍ମୋଚନ କରାଯାଇଛି। ସୂର୍ଯ୍ୟଙ୍କ କୀରଣ ଦ୍ବାରା ଅନୁପ୍ରାଣିତ ହୋଇ ଏହି ଗହଣାଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ‘ଉତ୍ସବ ସୁନହେରେ ପଲୋଁ କା’ ବିଷୟ ଉପରେ ଆଧାରିତ ଏହି ସମ୍ଭାରରେ ରହିଛି ଆକର୍ଷଣୀୟ ହୀରା ଇୟରରିଙ୍ଗ୍‌ ଓ ମୁଦି। ଗହଣାଗୁଡ଼ିକୁ ଲୋକମାନେ ନିଜେ ପିନ୍ଧିବା ଲାଗି କିମ୍ବା ଉପହାର ଦେବା ଲାଗି କିଣିପାରିବେ। ଏହି ଅବସ‌ରରେ କଂପାନି ପକ୍ଷରୁ ଡ୍ରିମ୍ ଡାଇମଣ୍ଡ୍ ସେଲ୍ ବିଷୟରେ ଘୋଷଣା କରାଯାଇଛି ଯାହା ଫେବ୍ରୁଆରି ୧୪ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗ୍ରାହକମାନେ ହୀରା ଉତ୍ପାଦର ଇନ୍‌ଭଏସ୍‌ ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପାଇପାରିବେ। ସେମାନେ ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ମଧ୍ୟ ୨୫% ପର୍ଯ୍ୟନ୍ତ ରିହାତି ପାଇପାରିବେ। କଂପାନିର ନୂଆ ସମ୍ଭାର ରିଲାଏନ୍ସ ଜୁଏଲସ୍‌ର ଷ୍ଟୋର୍‌ ଓ ୱେବସାଇଟ୍‌ରେ ଉପଲବ୍ଧ ହୋଇଛି। ଆମର ଏହି ନୂତନ ସମ୍ଭାର ଜରିଆରେ ନୂଆବର୍ଷରେ ଆମେ ଆମ ମୂଲ୍ୟବାନ ଗ୍ରାହକଙ୍କୁ ଉଜ୍ଜ୍ବଳତା ଓ ଆଶାର ଏକ ପତ୍ରୀକ ପ୍ରଦାନ କରିବାକୁ ଚାହୁଛୁ ବୋଲି କଂପାନିର ସିଇଓ ସୁନିଲ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe