ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର; ଏକାଠି ହୋଇପାରିବ ୧୦୦ଜଣଙ୍କୁ ନେଇ ଭିଡିଓ କନଫରେନସିଂ

ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର; ଏକାଠି ହୋଇପାରିବ ୧୦୦ଜଣଙ୍କୁ ନେଇ ଭିଡିଓ କନଫରେନସିଂ

Laughing Colours

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ବ୍ୟବହାରକାରୀମାନଙ୍କ ପାଇଁ ଖୁସି ଖବର। ଭିଡିଓ କଲିଂର ଚାହିଦା ବୃଦ୍ଧିକୁ ଦେଖି କମ୍ପାନି ନିଜର ଏକ ଭିଡିଓ କନଫରେନସିଂ ଆପ୍‌ ‘ଜିଓମିଟ୍‌’ ଲଞ୍ଚ କରିଛି। ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଆପ୍‌ ଷ୍ଟୋର ସହିତ ଏହି ଆପ୍‌କୁ ଡେସ୍କଟପ୍‌ ବ୍ୟବହାରକାରୀଙ୍କ ପାଇଁ ବି ଲଞ୍ଚ କରାଯାଇଛି। ‘ଜିଓମିଟ’ ଏଚଡି ଭିଡିଓ କନଫରେନସିଂ ଆପ ଜରିଆରେ ଏକାସାଙ୍ଗରେ ୧୦୦ରୁ ଅଧିକ ଲୋକଙ୍କୁ ସଂଯୋଗ କରାଯାଇପାରିବ। ରିଲାଏନ୍‌ସର ଏହି ଆପକୁ ଗୁଗଲ ମିଟ ଓ ମାଇକ୍ରୋସପ୍ଟ ଟିମ୍ସ ଓ ଜୁମକୁ ଟକ୍କର ଦେବ । ଏହି ଆପ ପ୍ରାୟ ଜୁମ ଆପ ଭଳି ରହିଛି। ‘ଜିଓମିଟ’ର ଏକ ବିଶେଷତ୍ୱ ହେଉଛି କୌଣସି ସାଧାରଣ ଭିଡିଓ କନଫରେନସିଂ ଭଳି କୋଲାବୋରେସନ୍‌କୁ ଲିମିଟ କରେନାହିଁ।

Jio Meet app release date, availability, and what are its features ...

‘ ଜିଓମିଟ’ ବ୍ୟବହାରକାରୀ ଏକାଥରକେ ୧୦୦ ଲୋକଙ୍କ ସହିତ ଭିଡିଓ କନଫରେନସିଂ କରିପାରିବା ସହ ଏଥିରେ ଅନଲିମିଟେଡ଼ କଲ ସର୍ଭିସ ମଧ୍ୟ ରହିଛି । ଏହି ଫ୍ରି କଲ୍‌ ସେବା ୨୪ ଘଣ୍ଟା ଚାଲୁ ରହିବ ବୋଲି ଜିଓ ପକ୍ଷରୁ ଦାବି କରାଯାଇଛି। ଭିଡିଓ କନଫରେନସିଂ ପାଇଁ କୌଣସି କୋଡ ଆବଶ୍ୟକ ନାହିଁ । ଯେଉଁ ବ୍ୟବହାରକାରୀ ଆପର ଡେସ୍କଟପ୍‌ ଭର୍ସନ୍‌ ସହିତ ଯୋଡ଼ିହେବେ ସେମାନେ ଜିଓମିଟ୍‌ ଇନଭାଇଟ ଲିଙ୍କରେ କ୍ଲିକ କରି ଆପ୍ଲିକେସନ୍‌ ଡାଉନଲୋଡ ନ କରି ମଧ୍ୟ ନିଜ ବ୍ରାଉଜର୍‌ ସାହାଯ୍ୟରେ ଯୋଡି ହୋଇପାରିବେ।

ଆଣ୍ଡ୍ରଏଡ ଓ ଆପଲ ଛଡା ଡେସ୍କଟପରେ କାମ କରୁଥିବା ବ୍ୟବହାରକାରୀ ଏହି ଆପକୁ ଗୁଗଲ କ୍ରୋମ ଓ ମୋଜିଲା ଫାୟାରଫକ୍ସ ମାଧ୍ୟମରେ ମଧ୍ୟ ଆକ୍ସେସ୍‌ କରିପାରିବେ। ଏଥିରେ ମଲ୍‌ଟି ଡିଭାଇସ ଲଗ୍‌ ଇନ୍‌ ସପୋର୍ଟ ଦିଆଯାଇଛି । ଯେଉଁଥିରେ ୫ଟି ଡିଭାଇସ୍‌ ଏକାଥରେ କନେକ୍ଟ କରାଯାଇପାରିବ । ଆପରେ କଲ ସମୟରେ ଆପଣ ପରସ୍ପରର ଡିଭାଇସରେ ସ୍ୱିଚ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe