୯୮ଟଙ୍କାର ପ୍ଲାନ୍‌କୁ ବଦଳାଇ ଦେଇଛି ରିଲାଏନ୍ସ ଜିଓ; ଏବେ ମିଳିବ ଏହି ସୁବିଧା

ରିଲାଏନ୍ସର ‘ଡିଜିଟାଲ୍‌ ଇଣ୍ଡିଆ ସେଲ୍‌’

Business Today

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ୯୮ଟଙ୍କାର ପ୍ଲାନ୍‌କୁ ଅପଡେଟ କରି ଦେଇଛି। ନିଜର ଟାରିଫ୍‌ ପ୍ଲାନ୍‌କୁ ମହଙ୍ଗା କରିବାର କିଛିଦିନ ପରେ କମ୍ପାନି ଏହି ପ୍ଲାନକୁ ପୁଣି ଥରେ ଆଣିଛି। ଏବେ ଜିଓ ଏହି ପ୍ଲାନ୍‌ରେ କିଛି ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ ଅନୁଯାୟୀ ଜିଓ ତାର ୯୮ଟଙ୍କା ପ୍ଲାନ୍‌ରେ ଏସ୍‌ଏମ୍‌ଏସ୍‌ ସଂଖ୍ୟାକୁ ବୃଦ୍ଧି କରିଛି। ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ କି, ଡିସେମ୍ବର ୩ରୁ ଏୟାରଟେଲ, ଭୋଡାଫୋନ୍‌-ଆଇଡିଆ ନିଜର ଟାରିଫ ପ୍ଲାନ୍‌କୁ ମହଙ୍ଗା କରି ଦେଇଥିଲେ।

ଏହାପରେ ଡିସେମ୍ବର ୬ରେ ରିଲାଏନ୍ସ ଜିଓ ବି ନିଜର ସମସ୍ତ ଟାରିଫ୍‌ ପ୍ଲାନ୍‌ର ମୂଲ୍ୟକୁ ପରିବର୍ତ୍ତନ କରି ଦେଇଥିଲା। ଏହି ପରିବର୍ତ୍ତନ ପରେ କମ୍ପାନିର ସବୁଠାରୁ କମ୍‌ ଦାମ୍‌ ଥିବା ପ୍ଲାନ୍‌ ୧୨୯ଟଙ୍କା ହୋଇଥିଲା। ଆଉ ୯୮ ଟଙ୍କାର ପୁରୁଣା ପ୍ଲାନ୍‌କୁ ବନ୍ଦ କରାଯାଇଥିଲା। ଏହି ଘୋଷଣାର କିଛିଦିନ ପରେ କମ୍ପାନି ପୁଣିଥରେ ୯୮ଟଙ୍କାର ପ୍ଲାନ୍‌କୁ ଫେରାଇ ଆଣିଛି।

publive-image Telegraph India

୯୮ଟଙ୍କାର ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୨୮ଦିନର ବୈଧତା ମିଳିବ। ପ୍ଲାନର ପୂରା ବୈଧତା ପର୍ଯ୍ୟନ୍ତ ୨ଜିବି ଡାଟା ମିଳିବ। ଡାଟା ସୀମା ଶେଷ ହୋଇଯିବା ପରେ ଡାଟା ସ୍ପିଡ ୬୪କେବିପିଏସ୍‌ ହୋଇଯିବ। ଏହି ପ୍ଲାନରେ ଗ୍ରାହକ ଜିଓରୁ ଜିଓକୁ ମାଗଣା କଲ କରି ପାରୁ ଥିବାବେଳେ ଜିଓ ଛଡା ଅନ୍ୟ ନେଟଓ୍ଵାର୍କକୁ କଲ କଲେ ବ୍ୟବହାରକାରୀଙ୍କୁ ଆଇୟୁସି ଭାଉଚର ରିଚାର୍ଜ କରିବାକୁ ପଡ଼ିବ। ଏତଦବ୍ୟତୀତ ଏହି ପ୍ଲାନ୍‌ରେ ୩୦୦ଏସ୍‌ଏମ୍‌ଏସ୍‌ ମିଳିବ। ପ୍ରଥମେ ଏହି ଏସ୍‌ଏମ୍‌ଏସ୍‌ ସଂଖ୍ୟା ୧୦୦ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe