ବନ୍ଦ ହୋଇଗଲା ଜିଓ ପ୍ରିପେଡ ବ୍ୟବହାରକାରୀଙ୍କ ପାଇଁ ଏହି ଦୁଇଟି ପ୍ଲାନ୍‌

Advertisment
ଜିଓର ଏହି ଅଫରରେ ମାଗଣା ଦେଖିପାରିବେ ଆଇପିଏଲ ମ୍ୟାଚ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପ୍ରାରମ୍ଭିକ ସମୟରେ ନିଜର ମାସିକ ଓ ବାର୍ଷିକ ପ୍ଲାନ୍‌ ସହିତ ସ୍ୟାସେ ପ୍ଲାନ୍‌ର ଲଞ୍ଚ କରିଥିଲା। ଏହି ପ୍ୟାକ୍‌ ବିଶେଷ ଭାବେ ସେହି ବ୍ୟବହାରକାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ଯେଉଁମାନେ  କିଛି ସମୟ ପାଇଁ ଜିଓ ଫୋନ୍‌ ବ୍ୟବହାର କରିଥାଆନ୍ତି। ଏମିତି ସ୍ଥାନରେ ଜିଓର କନେକ୍ଟିଭିଟି ଭଲ ରହିଥାଏ ବୋଲି କୁହାଯାଉଛି। ଏହି ପ୍ୟାକ୍ସର ଭାଲିଡିଟି ଗୋଟିଏ ଦିନ କିମ୍ବା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରହିଥାଏ। ଏବେ କମ୍ପାନି ଏହାକୁ ନିଜ ୱେ ବସାଇଟରୁ ହଟେଇ ଦେଇଛନ୍ତି।

publive-image

ସ୍ୟାସେ ପ୍ୟାକ ୧୯ ଓ ୫୨ଟଙ୍କାର ଥିଲା। ୧୯ଟଙ୍କାର ଏହି ପ୍ୟାକ୍‌ର ଭାଲିଡିଟି ଗୋଟିଏ ଦିନ ପାଇଁ ରହିଥାଏ। ସେହିପରି ୫୨ଟଙ୍କା ପ୍ଲାନ୍‌ର ଭାଲିଡିଟି ୭ଦିନ ପାଇଁ ରହିଥାଏ। ଏବେ ରିଲାଏନ୍ସ ଜିଓର ପ୍ରିପେଡ ବ୍ୟବହାରକାରୀଙ୍କ ପାଇଁ ପ୍ଲାନ୍‌ ୯୮ ଟଙ୍କାରୁ ଆରମ୍ଭ ହେଉଛି, ଏହାର ଭାଲିଡିଟି ୨୮ଦିନ ପାଇଁ ରହିଛି।

publive-image

ନିକଟରେ ରିଲାଏନ୍ସ ଜିଓ ଅନ୍ୟ ନେଟଓ୍ଵାର୍କରେ କଲିଂ କରିବା ଦ୍ୱାରା ଚାର୍ଜ କଟିବା ନେଇ ସୂଚନା ଦେଇଛି। କମ୍ପାନି ଆଇୟୁସି ଟପ୍‌ଅପସ୍‌ ବି ଜାରି କରିଛନ୍ତି। ଅର୍ଥାତ ଟପ୍‌ ଅପ ନ କରି ଜିଓ ବ୍ୟବହାରକାରୀ ଅଣଜିଓ ବ୍ୟବହାରୀଙ୍କୁ କଲ କରି ପାରିବେ ନାହିଁ। ତେବେ ସ୍ୟାସେକୁ କାହିଁକି ହଟା ଯାଇଛି? ଏହା ବଦଳରେ କମ୍ପାନି ଅନ୍ୟ କୌଣସି ପ୍ଲାନ୍‌ ଆଣିବ କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe