ଡିଜିଟାଲ୍ ଫାର୍ମା କଂପାନି ‘ନେଟ୍‌ମେଡସ୍‌’କୁ  ଅଧିଗ୍ରହଣ କଲା ରିଲାଏନ୍ସ ରିଟେଲ୍ 

ଡିଜିଟାଲ୍ ଫାର୍ମା କଂପାନି ‘ନେଟ୍‌ମେଡସ୍‌’କୁ  ଅଧିଗ୍ରହଣ କଲା ରିଲାଏନ୍ସ ରିଟେଲ୍ 

entrackr.com

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆରଆର୍‌ଭିଏଲ) ପକ୍ଷରୁ ସାମଗ୍ରିକ ଭାବେ ‘ନେଟ୍‌ମେଡସ୍‌’ ନାମରେ ପରିଚିତ ଭିଟାଲିକ୍ ହେଲ୍‌ଥକେୟାର ପ୍ରାଇଭେଟ୍ ଲିମିଟେଡ୍ (ଭିଟାଲିକ୍‌) ଓ ଏହାର ସହଯୋଗୀ ସଂସ୍ଥାର ଅଧିକାଂଶ ଅଂଶଧନକୁ ପ୍ରାୟ ୬୨୦ କୋଟି ଟଙ୍କାର ନଗଦ ରାଶିରେ ଅଧିଗ୍ରହଣ କରାଯାଇଛି । ଏହି ନିବେଶ ଭିଟାଲିକ୍‌ର ୬୦ ପ୍ରତିଶତ ଇକ୍ୱିଟି ସେୟାର ପୁଞ୍ଜି ହାସଲ କରିବା ସହିତ ଏହାର ସହଯୋଗୀ ସଂସ୍ଥା ଯଥା ଟ୍ରେସାରା ହେଲ୍‌ଥ ପ୍ରାଇଭେଟ୍ ଲିମିଟେଡ୍‌, ନେଟମେଡସ୍ ମାର୍କେଟ୍ ପ୍ଲେସ୍ ଲିମିଟେଡ୍ ଓ ଦାଢ଼ା ଫାର୍ମା ଡିଷ୍ଟ୍ରିବ୍ୟୁସନ ପ୍ରାଇଭେଟ୍ ଲିମିଟେଡ୍‌ର ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ଇକ୍ୱିଟି ମାଲିକାନାକୁ ଉପସ୍ଥାପିତ କରୁଛି ।

୨୦୧୫ରେ ପ୍ରତିଷ୍ଠିତ ହୋଇଥିବା ଭିଟାଲିକ୍ ଓ ଏହାର ସହଯୋଗୀ ସଂସ୍ଥାଗୁଡ଼ିକ ଫାର୍ମା ବିତରଣ, ବିକ୍ରି ଓ ବ୍ୟବସାୟ ସହାୟତା ସେବାରେ ରହିଛନ୍ତି । ଏହାର ସହଯୋଗୀଗୁଡ଼ିକ ସାମଗ୍ରିକ ଭାବେ ନେଟମେଡସ୍ ନାମକ ଏକ ଅନ୍‌ଲାଇନ୍ ଫାର୍ମାସି ପ୍ଲାଟଫର୍ମ ଚଲାଉଛନ୍ତି ଯାହା ଗ୍ରାହକଙ୍କୁ ଫାର୍ମାସିଷ୍ଟ୍‌ଙ୍କ ସହ ଯୋଡ଼ୁଛି ଏବଂ ଔଷଧ, ପୃଷ୍ଟିଯୁକ୍ତ ସ୍ୱାସ୍ଥ୍ୟ ଓ ୱେଲନେସ୍ ଉତ୍ପାଦ ଘରେ ପହଞ୍ଚାଉଛି ।

ଏହି ଗୁରୁତ୍ୱପୂର୍ଣ୍ଣ ନିବେଶ ସମ୍ପର୍କରେ ଆରଆର୍‌ଭିଏଲର ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି ଯେ, “ଭାରତର ସମସ୍ତଙ୍କ ପାଖରେ ଡିଜିଟାଲ୍ ସେବା ପହଂଚାଇବା ଲାଗି ଆମର ରହିଥିବା ପ୍ରତିବଦ୍ଧତାର ଅଂଶସ୍ୱରୂପ ଏହି ନିବେଶ କରାଯାଇଛି । ନେଟମେଡସ୍‌କୁ ସାମିଲ କରାଯାଇଥିବାରୁ ଉତ୍ତମ ଗୁଣବତ୍ତା ଏବଂ ସୁଲଭ ମୂଲ୍ୟର ସ୍ୱାସ୍ଥ୍ୟ ସେବା ଓ ଉତ୍ପାଦ ପ୍ରଦାନ କରିବାରେ ରିଲାଏନ୍ସ ରିଟେଲସ୍‌ର ଦକ୍ଷତା ବୃଦ୍ଧି ହେବା ସହ ଗ୍ରାହକଙ୍କ ଅଧିକାଂଶ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବ ।’

ନେଟମେଡସର ପ୍ରତିଷ୍ଠାତା ଓ ସିଇଓ ପ୍ରଦୀପ ଦାଢ଼ା,  କହିଛନ୍ତି ଯେ, “ରିଲାଏନ୍ସ ପରିବାର ସହ ଯୋଡ଼ିହେବା ଏବଂ ପ୍ରତିଟି ଭାରତୀୟଙ୍କ ପାଖରେ ଗୁଣାତ୍ମକ ମାନର ସୁଲଭ ସ୍ୱାସ୍ଥ୍ୟ ସେବା ପହଂଚାଇବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ବାସ୍ତବରେ ନେଟମେଡସ୍ ପାଇଁ ଏକ ଗୌରବ ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe